ମୁମ୍ବାଇ,୩୦।୮: ଜାତୀୟତାବାଦୀ କଂଗ୍ରେସ ଦଳର ମୁଖ୍ୟ ଶରଦ ପାୱାର ଏବଂ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମୁମ୍ବାଇରେ ବିରୋଧୀ ମେଣ୍ଟ ‘ଭାରତ’ର ବୈଠକ ପୂର୍ବରୁ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଏହି ସମୟରେ ଶିବସେନା (ୟୁବିଟି) ସଭାପତି ଉଦ୍ଧବ କହିଛନ୍ତି ଯେ, ଆମେ ଭାରତ ମା’ର ସୁରକ୍ଷା ପାଇଁ ଏକାଠି ହୋଇଛୁୁ। ସମସ୍ତେ ମିଳିତ ଭାବେ ଭାଜପା ବିରୋଧରେ ଲଢିବେ। ଗଣତନ୍ତ୍ରର ସୁରକ୍ଷା ପାଇଁ ବିଭିନ୍ନ ଚିନ୍ତାଧାରାର ବିରୋଧୀ ଦଳର ମିଳିତ ଉଦ୍ଦେଶ୍ୟ ରହିଛି। ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ପାଇଁ ଆମର ଅନେକ ବିକଳ୍ପ ଅଛି, କିନ୍ତୁ ଭାଜପା ପାଖରେ କେବଳ ଗୋଟିଏ ବିକଳ୍ପ ଅଛି। ଆମର ଆଦର୍ଶ ଭିନ୍ନ ହୋଇପାରେ, କିନ୍ତୁ ଉଦ୍ଦେଶ୍ୟ ହେଉଛି ଗଣତନ୍ତ୍ରର ସୁରକ୍ଷା।
ଅନ୍ୟପକ୍ଷରେ ଶରଦ ପାୱାର କହିଛନ୍ତି ଯେ, ମୁମ୍ବାଇରେ ବିରୋଧୀ ଦଳର ବୈଠକରେ ୨୮ଟି ରାଜନୈତିକ ଦଳର ୬୩ ପ୍ରତିନିଧୀ ଯୋଗଦେବେ। ରାଜନୈତିକ ପରିବର୍ତ୍ତନ ଆଣିବା ପାଇଁ ବିରୋଧୀ ଦଳ ଏକ ଦୃଢ ବିକଳ୍ପ ଯୋଗାଇବ ବୋଲି ମୋର ବିଶ୍ୱାସ ଅଛି।