ବେଙ୍ଗାଲୁରୁ,୧୯।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କର୍ନାଟକରେ ପହଞ୍ଚି ୨ କୋଟି ଟଙ୍କାର ଏକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରେ ସେ କହିଛନ୍ତି ଯେ, ଏକ ବିକଶିତ ଭାରତ ନିର୍ମାଣ ଲକ୍ଷ୍ୟ ନେଇ ଆମେ କାର୍ଯ୍ୟ କରୁଛେ। ସଭିଏଁ ଏକଜୁଟ ହୋଇ ଏନେଇ ଆଗେଇବାର ଆବଶ୍ୟକତା ରହିଛି। ଭାରତ ସ୍ବାଧିନତାର ୭୫ ବର୍ଷ ଶେଷ କରିଥିବାବେଳେ ଆସନ୍ତା ୨୫ ବର୍ଷ ମଧ୍ୟରେ ନୂଆ ସଂକଳ୍ପ ତଥା ଲକ୍ଷ୍ୟ ପୂରଣ ପାଇଁ ଯୋଜନାବଦ୍ଧ ଭାବେ ଆଗେଇ ଚାଲିଛି।
କୋଡେକଲରେ ଜଳ ସେଚନ, ପାନୀୟ ଜଳ, ଜାତୀୟ ରାଜପଥ ବିକାଶ ପରିଯୋଜନା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ। ଏହା ସହିତ ନାରାୟଣପୁର ଲେଫ୍ଟ ବ୍ୟାଙ୍କ କେନାଲ ସମ୍ପ୍ରସାରଣ, ନବୀକରଣ ଏବଂ ଆଧୁନିକୀକରଣ ଯୋଜନାର ଶିଳାନ୍ୟାସ କରିଥିଲେ।