୧୦ ହଜାର ରୁଷିଆ ସୈନ୍ୟଙ୍କୁ ମାରିଛୁ…

କ୍ୱିଭ୍‌, ୫।୩ : ରୁଷିଆ ଆକ୍ରମଣ ସତ୍ତ୍ୱେ ୟୁକ୍ରେନ୍‌ ହାର୍‌ ମାନିବାକୁ ନାରାଜ। ଏପରିସ୍ଥଳେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ, ଆମେ ୧୦ ହଜାର ରୁଷିଆ ସୈନ୍ୟଙ୍କୁ ମାରିଛୁ। ବହୁ ସୈନ୍ୟଙ୍କୁ ଯୁଦ୍ଧବନ୍ଦୀ ମଧ୍ୟ କରାଯାଇଛି। ୟୁକ୍ରେନ୍‌ବାସୀ ଆକ୍ରମଣର ଉଚିତ ଜବାବ୍‌ ଦେବାରେ ଲାଗିଛନ୍ତି। ମାତୃଭୂମି ପାଇଁ ସେମାନେ ପ୍ରାଣ ଦେବାକୁ ଅଧିକ ପସନ୍ଦ କରୁଛନ୍ତି ବୋଲି ଜେଲେନସ୍କି କହିଛନ୍ତି।

ୟୁକ୍ରେନ୍‌ ସୈନ୍ୟ ରୁଷିଆର ୩୯ ବିମାନ, ୪୦ ହେଲିକପ୍ଟର, ୨୬୯ ଟ୍ୟାଙ୍କ୍‌, ୬୦ ସିଷ୍ଟ୍ରେନ୍‌, ୩ ୟୁଏଭି, ୯୪୫ ଯୁଦ୍ଧଯାନ, ୧୦୫ ତୋପ, ୫୦ ଏମ୍‌ଏଲଆରଏସ୍‌, ୪୦୯ ଯାନ, ୨ ଯୁଦ୍ଧପୋତ, ୧୯ ଆଣ୍ଟି ଏୟାରକ୍ରାଫ୍ଟ ସିଷ୍ଟମକୁ ଧ୍ୱଂସ କରିଛନ୍ତି ବୋଲି ଜେଲେନସ୍କି ସୂଚନା ଦେଇଛନ୍ତି। ରୁଷିଆ ସୈନ୍ୟଙ୍କ ମୁକାବିଲା କରୁଥିବା ୟୁକ୍ରେନ୍‌ବାସୀଙ୍କୁ ସେ ପ୍ରଶଂସା କରିଛନ୍ତି।

Share