କିଭ୍,୫ା୧: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏବେ ବି ଜାରି ରହିଛି। ଏହି ସମୟରେ ୟୁକ୍ରେନ ସେନା ପକ୍ଷରୁ କୁହାଯାଇଛି ଯେ, ଗତ କିଛି ଦିନ ମଧ୍ୟରେ ସେମାନେ ୮୦୦ରୁ ଅଧିକ ରୁଷିଆ ସୈନିକଙ୍କୁ ହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଡୋନେଟସ୍କ ଅଞ୍ଚଳରେ ଯୁଦ୍ଧ ସମୟରେ ପ୍ରାଣ ହରାଇଛନ୍ତି। ଏକ ବୈଠକରେ ଗୁରୁବାର ସେନା ପକ୍ଷରୁ କୁହାଯାଇଛି ଯେ, ବାଖମୁଟ ସେକ୍ଟରରେ ରୁଷିଆ ସୈନ୍ୟମାନେ ଆକ୍ରମଣ କରୁଛନ୍ତି। ଏଥି ସହିତ ଅବଦେବିକା ଏବଂ କୁପିଆନସ୍କ ଅଞ୍ଚଳରେ ରୁଷିଆ ସେନା ଆକ୍ରମଣ ବିଫଳ ହୋଇଛି।
ୟୁକ୍ରେନ ସେନା କହିଛି, ଅତୀତରେ ହୋଇଥିବା ଯୁଦ୍ଧରେ ଏହାର ସୈନିକମାନଙ୍କ ସହିତ ରୁଷିଆ ସେନାର ଏକ ବିମାନ, ହେଲିକପ୍ଟର ଏବଂ ତିନୋଟି ଟ୍ୟାଙ୍କ ମଧ୍ୟ ହରାଇଛି। ଆମେରିକା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି କହିଛନ୍ତି, ରୁଷିଆ-ୟୁକ୍ରେନ ମଧ୍ୟରେ ଯେଉଁ ଯୁଦ୍ଧ ଚାଲିଛି, ଏହା ମାସ ମାସ ଧରି ଜାରି ରହିବ।