Categories: ଜାତୀୟ

ଆମକୁ ଗୁଳି ଚଳାଇବା ବି ଜଣା, ଭାଜପା ପ୍ରାର୍ଥୀନୀଙ୍କ ଭିଡ଼ିଓ ଭାଇରାଲ…

ଜୟପୁର,୫।୧୧ : ଭରତପୁରର କାମାଂ ଆସନର ଭାଜପାପ୍ରାର୍ଥୀ ନୀ ନୌକ୍ଷମ ଚୌଧୁରୀଙ୍କ ବିବାଦୀୟ ବିବୃତ୍ତି ସାମ୍ନାକୁ ଆସିଛି। ନିର୍ବାଚନ ପ୍ରଚାର ସମୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯଦି କେହି ଇଟା ଫିଙ୍ଗନ୍ତି, ମୁଁ ପଥର ସାହାଯ୍ୟରେ ଏହାର ଉତ୍ତର ଦେବି ଏବଂ ଗୁଳି କିପରି ଚଳାଯିବ ତାହା ମଧ୍ୟ ଆମେ ଜାଣୁ। ଏହି ଭିଡିଓଟି ସୋସିଆଲ ମିଡିଆରେ ଶେୟାର କରାଯାଇଥିଲା। ଏବେ ଏହା ଭାଇରାଲ ହେବାରେ ଲାଗିଛି। ଭିଡିଓଟି କାମାଂର ଭିମଲ କୁଣ୍ଡରେ ଅବସ୍ଥିତ ଗୁର୍ଜର ଆଶ୍ରମର।

ଭିଡିଓ ଭାଇରାଲ ହେବା ପରେ ନୌକ୍ଷମ ଦାବି କରିଛନ୍ତି କେହି ଜଣେ ତାଙ୍କ ଭିଡିଓ ଏଡିଟ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଁ ଗତ ୫ ବର୍ଷ ଧରି କାମାଂ ବିଧାନସଭାରେ ଚାଲିଆସୁଥିବା ଜଙ୍ଗଲ ରାଜ ଏବଂ ଏକଛତ୍ରବାଦୀ ଶାସନ ବିଷୟରେ କହିଛି। ଯେଉଁମାନେ ଏହି ଭିଡିଓକୁ ଭୁଲ ଭାବରେ ଶେୟାର କରିଛନ୍ତି ସେମାନଙ୍କ ବିରୋଧରେ ଆମେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।

ସେ ଆହୁରି ମଧ୍ୟ କହିଛନ୍ତି ମୋର ବିବୃତ୍ତି ହେଉଛି ଯେଉଁମାନେ ନିର୍ଯାତିତ ହେଉଛନ୍ତି ସେମାନଙ୍କ ସହ ଆମେ ଦୃଢ଼ ଭାବରେ ଠିଆ ହେବା। ସାଧାରଣ ଲୋକ ଯେପରି ଏଠାରେ ହଇରାଣ ହେଉଛନ୍ତି, ଆମେ ତାହା ହେବାକୁ ଦେବୁ ନାହିଁ।

 

Share