ଇସ୍ଲାମାବାଦ,୨୪।୨:ପାକିସ୍ତାନୀ ୟୁଟ୍ୟୁବର ସାନା ଅମଜାଦ୍ ପୋଷ୍ଟ କରିଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଦେଶରେ ଦରଦାମ୍ ବୃଦ୍ଧିକୁ ନେଇ ଅତିଷ୍ଠ ସାନା ଶେହବାଜ୍ ଶରିଫ୍ ସରକାରଙ୍କୁ ଉକ୍ତ ଭିଡିଓରେ ସମାଲୋଚନା କରିବା ସହ ଆଲ୍ଲା ଆମକୁ ମୋଦି ଦିଅ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ଶାସନ କଲେ ଆମେ ଉଚିତ ଦାମ୍ରେ ସାମଗ୍ରୀ କିଣିପାରିବୁ। ଆମେ ନଓ୍ବାଜ ଶରିଫ୍, ଇମ୍ରାନ, ବେନଜିର କିମ୍ବା ଜେନେରାଲ ମୁସାରଫ୍, କାହାକୁ ଚାହୁଁନାହୁଁ ବୋଲି ଯୁବକ ଜଣକ କହିଛନ୍ତି। ପାକିସ୍ତାନ ଭାରତ ଠାରୁ ଅଲଗା ହେବାର ନ ଥିଲା। ଆମେ ଭାରତ ସହ ରହିଥିଲେ ଟମାଟୋ କିଲୋ ୨୦ ଏବଂ ଚିକେନ ୧୫୦ ଟଙ୍କାରେ କିଣିପାରିଥାନ୍ତୁ ବୋଲି ସାନା କହିଛନ୍ତି।