Posted inଜାତୀୟ

ଝାଡ଼ଖଣ୍ଡ ରାଜଭବନ ନିଦରୁ ଉଠନ୍ତୁ, ସରକାର ଗଠନ ଲାଗି ଆମକୁ ଆମନ୍ତ୍ରଣ କରନ୍ତୁ: ଚମ୍ପାଇ ସୋରେନ

ରାଞ୍ଚି,୧।୨: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ହେମନ୍ତ ସୋରେନ ଇସ୍ତଫା ଦେବା ପରେ ରାଜନୈତିକ ହଲଚଲ ଆରମ୍ଭ ହୋଇଛି। ଏବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ସରକାର ଗଠନ ଲାଗି ରାଜ୍ୟପାଳଙ୍କ ଡାକରାକୁ ଅପେକ୍ଷା କରିଛି। ହେଲେ ଏଥିରେ ବିଳମ୍ବ ହେଉଥିବାରୁ ଦଳର ନେତାମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ବିଧାୟକ ଦଳ ନେତା ଭାବେ ଚୟନ ହୋଇଥିବା ଚମ୍ପାଇ ସୋରେନ କହିଛନ୍ତି, ଛାଡ଼ଖଣ୍ଡ ରାଜଭବନ ନିଦରୁ ଉଠିଯିବା ଉଚିତ। ଆମେ ୧୫-୧୬ ଘଣ୍ଟା ହେଲାଣି ଅପେକ୍ଷା କରିଛୁ। ଆମକୁ ସରକାର ଗଠନ ଲାଗି ଆମନ୍ତ୍ରଣ କରିବା ଉଚିତ। ଅନ୍ୟ ରାଜ୍ୟରେ ସରକାର ଗଠନ ଲାଗି ଦାବି କରିବାର ୨ ଘଣ୍ଟା ମଧ୍ୟରେ ଶପଥ ଗ୍ରହଣ କରାଯାଏ(ଏଠାରେ ସେ ବିହାରର ନୀତୀଶ ସରକାରଙ୍କ ବିଷୟରେ ଇଙ୍ଗିତ କରିଛନ୍ତି)। ବୁଧବାର ରାଜ୍ୟପାଳଙ୍କୁ ୪୩ ବିଧାୟକଙ୍କ ସମର୍ଥନ ଥିବା ନେଇ ପତ୍ର ଦେଇଥିଲୁ ହେଲେ ଏଯାବତ ତାଙ୍କୁ ଡକାଯାଇନାହିଁ ବୋଲି ସେ କହିଛନ୍ତି।

ଅପରପକ୍ଷେ ଜେଏମ୍‌ଏମ୍‌ର ନେତା ଚମ୍ପାଇ ସୋରେନଙ୍କୁ ସରକାର ଗଠନ ଲାଗି ଆମନ୍ତ୍ରିତ କରା ନ ଯିବାକୁ ନେଇ କଂଗ୍ରେସ ରାଜ୍ୟପାଳ ସି ପି ରାଧାକୃଷ୍ଣନଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛି। ଏପରିକି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲଗାଇବାକୁ ଯୋଜନା କରାଯାଉଥିବା ଦଳ ଅଭିଯୋଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପହଲଗାମ ଆକ୍ରମଣକୁ ନେଇ ସଲମାନ କହିଲେ ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ହତ୍ୟା କରିବା ଯାହା…

ମୁମ୍ବାଇ,୨୩ା୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଜଣେ ପରେ ଜଣେ ବଲିଉଡ୍‌ ଷ୍ଟାରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସୁଛି। ଶାହରୁଖ ଖାନ୍‌ଙ୍କ ପରେ ଏବେ ସଲମାନ ଖାନ୍‌...

ତୁର୍କୀରେ ୬.୨ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ

ନୂଆଦିଲ୍ଲୀ,୨୩।୪: ବୁଧବାର ତୁର୍କୀରେ ୬.୨ ତୀବ୍ରତାର ଏକ ଭୂମିକମ୍ପ ହୋଇଛି। ଯାହା ଫଳରେ ଇସ୍ତାନବୁଲରେ କମ୍ପନ ଅନୁଭୂତ ହେବାରୁ ଲୋକମାନେ ନିଜ ଘର ଛାଡି ବାହାରକୁ...

“୬ ଘଣ୍ଟାରେ ଶ୍ରୀନଗର ଛାଡିଲେ ୩,୩୩୭ ପର୍ଯ୍ୟଟକ”: ଆତଙ୍କ ସୃଷ୍ଟି କଲେ ଆତଙ୍କବାଦୀ

ନୂଆଦିଲ୍ଲୀ,୨୩।୪: ଜମ୍ମୁ ଓ କାଶ୍ମୀରର ପାହାଲଗାମରେ ଘଟିଥିବା ମର୍ମନ୍ତୁଦ ଆତଙ୍କବାଦୀ ଆକ୍ରମଣ ପରେ, କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାୟଡୁ ନିଶ୍ଚିତ...

Terror Attack: ହନିମୁନ ପାଇଁ ହିମାଂଶୀଙ୍କ ସହ ୟୁରୋପ ଯାଇଥାଆନ୍ତେ ନେଭି ଅଫିସର ବିନୟ, ହେଲେ ଭାଗ୍ୟରେ ଥିଲା…

ଶ୍ରୀନଗର,୨୩।୪: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା Terror Attackରେ ମୃତକଙ୍କ ମଧ୍ୟରେ ଜଣେ ନୌସେନା ଅଧିକାରୀ ମଧ୍ୟ ଅଛନ୍ତି। ଲେଫ୍ଟନାଣ୍ଟ ବିନୟ ନରୱାଲ ମାତ୍ର ୮ ଦିନ...

ସ୍କୁଲ ଛୁଟି ପରେ ଘରକୁ ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା, ୫ ଛାତ୍ରୀଛାତ୍ରଙ୍କ ସମେତ ୧୦ ଆହତ

ଛତ୍ରପୁର,୨୩।୪,(ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅଧିନ ଉଜଳେଶରୀ ମନ୍ଦିର ଜାତୀୟ ରାଜପଥ ନିକଟରେ ବୁଧବାର ଏକ ଦୁର୍ଘଟଣା ହୋଇଛି। ସ୍କୁଲ ଖରା ଛୁଟି ହୋଇଯିବା ପରେ...

କଶ୍ମୀର ପର୍ଯ୍ୟଟନକୁ ବଡ଼ ଧକ୍କା, କୋଟି କୋଟି ଟଙ୍କାର କ୍ଷତି ସହିବେ…

ନୂଆଦିଲ୍ଲୀ,୨୩।୪: ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲାରେ ଥିବା ପହଲଗାମରେ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ଯାହା କଶ୍ମୀରର ପର୍ଯ୍ୟଟନ ଶିଳ୍ପକୁ ଗଭୀର ଆଘାତ ଦେଇଛି।...

ପ୍ଲିଜ୍‌ ଗୁଳି କର ନାହିଁ… ସୈନିକଙ୍କୁ ଆତଙ୍କବାଦୀ ଭାବିଦେଲେ ଲୋକେ: ଭାଇରାଲ ହେଉଛି ହୃଦୟବିଦାରକ ଭିଡିଓ

ଶ୍ରୀନଗର,୨୩।୪: ଆତଙ୍କବାଦୀଙ୍କ ହୃଦୟ ନାହିଁ। ସେମାନେ ଯେକୌଣସି ବ୍ୟକ୍ତିଙ୍କ ଜୀବନ ନେଇପାରନ୍ତି। ଏକଥା ବହୁତ ଥର ଶୁଣିଥିବେ, କିନ୍ତୁ କଶ୍ମୀରର ପହଲଗାମରେ ପର୍ଯ୍ୟଟକମାନେ ଏହି ଭଳି...

ବେନିୟମ ବନ୍ଧୁକ ରଖିବା ଅଭିଯୋଗରେ ଆଉ ୨ ଗିରଫ

ଭଞ୍ଜନଗର,୨୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ବୁଧବାର ବେନିୟମ ବନ୍ଧୁକ ରଖିବା ଅଭିଯୋଗରେ ଆଉ ଏକ ସଫଳତା ମିଳିଛି। ମଙ୍ଗଳବାର ବେନିୟମ ଭାବେ ବନ୍ଧୁକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image