ଆମେ ତାଇଓ୍ବାନରେ ଲୋକତନ୍ତ୍ରର ସମର୍ଥକ କହିଲେ ପେଲୋସି, ଚାଇନାରେ ସିଭିଲ ଡିଫେନ୍ସ ସାଇରନ୍‌…

ତାଇପେଇ/ବେଜିଂ/ ଓ୍ବାଶିଂଟନ, ୨।୮ : ଚାଇନାର ଧମକକୁ ଖାତିର ନକରି ଆମେରିକା ସ୍ପିକର ନାନ୍ସି ପେଲୋସି ତାଇଓ୍ବାନର ତାଇପେଇ ବିମାନ ବନ୍ଦରରେ ଓହ୍ଲାଇଛନ୍ତି। ଏହା ସହିତ ପେଲୋସିଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ସେ ଟୁଇଟ କରି କହିଛନ୍ତି ଯେ, ଆମେ ତାଇଓ୍ବାନରେ ଲୋକତନ୍ତ୍ରର ସମର୍ଥକ। ମୋର ତାଇଓ୍ବାନ ଯାତ୍ରା ଆମେରିକା ନିୟମର ଉଲ୍ଲଂଘନ ନୁହେଁ।

ଏହାକୁ ନେଇ ଚାଇନା ବୈଦେଶିକ ମନ୍ତ୍ରଣାଳୟ କହିଛି ଆମେରିକା ପ୍ରତିଶ୍ରୁତି ଏବଂ ବିଶ୍ୱାସ ଭଙ୍ଗ କରିଛି। ପେଲୋସିଙ୍କ ତାଇଓ୍ବାନ ଗସ୍ତ ନେଇ ଚାଇନାରେ ସିଭିଲ ଡିଫେନ୍ସ ସାଇରନ୍‌ ବାଜିବାରେ ଲାଗିଛି।

ତାଇଓ୍ବାନକୁ ନେଇ ଆମେରିକା ଚାଇନା ସହିତ ଯୁଦ୍ଧ କରିବାକୁ ଚାହୁଁଥିବା ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି। ତେବେ ଆମେରିକା କହିଛି ଯେ, ତାଇଓ୍ବାନ ଯିବା ପେଲୋସିଙ୍କ ନିଜସ୍ବ ନିଷ୍ପତ୍ତି। ଏଭଳି କରି ଆମେରିକା ସଫେଇ ଦେଇଥିବାବେଳେ ଆମେରିକା ସିନେଟରଙ୍କ ତାଇଓ୍ବାନ ଗସ୍ତକୁ ଚାଇନା ଏକ ଆହ୍ବାନ ଭାବେ ଦେଖୁଛି।

Share