ଆମେ ଦୁଇ ଆମର ତିନି: ସରକାରଙ୍କ ନୂଆ ନିୟମ…

ବେଜିଂ,୩୧।୫: ଚାଇନାରେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାର ଏବେ ନୂଆ ଆଇନ ପ୍ରଣୟନ କରିଛନ୍ତି। ଏଣିକି ଦେଶରେ ଦମ୍ପତିମାନେ ତିନି ସନ୍ତାନ ଜନ୍ମ ଦେଇପାରିବେ। ଦେଶର ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଭଳି କରାଯାଉଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ପୂର୍ବରୁ ଦେଶରେ ଦମ୍ପତିମାନେ ଦୁଇ ସନ୍ତାନ ଜନ୍ମ କରିବାକୁ ଆଇନ ଜାରି କରାଯାଇଥିଲା। ଦେଶର ଭବିଷ୍ୟତ ମାନବ ସମ୍ବଳକୁ ଦୃଷ୍ଟିରେ ରଖି ସରକାର ପୁରୁଣା ଆଇନକୁ ସଂଶୋଧନ କରିଛନ୍ତି। ଦେଶରେ ଶିଶୁ ଜନ୍ମହାର କମ୍‌ ରହିଥିବାରୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ୨୦୧୦ରୁ ୨୦୨୦ ମଧ୍ୟରେ ଚାଇନାର ଜନସଂଖ୍ୟା ବୃଦ୍ଧି ହାର ୦.୫୩ ପ୍ରତିଶତ ଥିଲା। ୨୦୦୦ରୁ ୨୦୧୦ ମଧ୍ୟରେ ୦.୫୭ ପ୍ରତିଶତ ଥିଲା। ୨୦୨୦ରେ ଦେଶର ୧୨ ନିୟୁତ ଶିଶୁ ଜନ୍ମ ହୋଇଥିଲେ। ୨୦୧୬ରେ ଏହା ୧୮ ନିୟୁତ ଥିଲା। ୧୯୭୦ରେ ଦେଶର ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ଲାଗି କେତେକ ଅଞ୍ଚଳରେ ଗୋଟିଏ ସନ୍ତାନ ଜନ୍ମ ଆଇନ ପ୍ରଣୟନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଦେଶବ୍ୟାପୀ ଏହାକୁ ପ୍ରଣୟନ କରାଯାଇଥିଲା। ୨୦୦୯ରେ ଏହାକୁ କୋହଳ କରାଯାଇଥିଲା। ମାତାପିତାଙ୍କ ଗୋଟିଏ ସନ୍ତାନ ଥିବା କ୍ଷେତ୍ରରେ ଦମ୍ପତିଙ୍କୁ ଦ୍ୱିତୀୟ ସନ୍ତାନ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା। ୨୦୧୪ରେ ଦେଶବ୍ୟାପୀ ଏହାକୁ ଲାଗୁ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧରେ ଘରଦ୍ୱାର ହରାଇ ସ୍କୁଲ୍‌ରେ ନେଇଥିଲେ ଆଶ୍ରୟ: ଇସ୍ରାଏଲ୍‌ କଲା ବୋମାମାଡ଼

ଗାଜା ସିଟି,୨୧ା୯: ଯୁଦ୍ଧରେ ଘରଦ୍ୱାର ହରାଇ ପାଲେଷ୍ଟିନୀୟମାନେ ଗାଜା ସିଟିର ଏକ ସ୍କୁଲ୍‌ରେ ଆଶ୍ରୟ ନେଇଥିବାବେଳେ ସେଠାରେ ଇସ୍ରାଏଲ୍‌ ବୋମାମାଡ଼ କରିଛି। ଏଥିରେ ଅନୂ୍ୟନ ୨୧...

ଆଧାର କାର୍ଡରେ କାହିଁକି ହସନ୍ତିନି ଲୋକ, ଜଣାପଡିଲା ବଡ଼ କାରଣ…

ଭାରତରେ ରହୁଥିବା ପ୍ରତ୍ୟେକ ନାଗରିକଙ୍କ ପାଖରେ ଆଧାର କାର୍ଡ ରହିବା ଆବଶ୍ୟକ । ଅନେକଙ୍କର ପାଖରେ ପାନ୍‌ ଓ ପାସପୋର୍ଟ ମଧ୍ୟ ଅଛି । ଭାରତରେ,...

ଆମେରିକାରେ ଭାରତୀୟ ଦୂତାବାସରେ ଜଣେ ଅଧିକାରୀଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର, ଦେଶରେ ଚହଳ

ଓ୍ବାଶିଂଟନ୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବେ...

‘ଆପଣଙ୍କ କାର ମୋ ମା’ଙ୍କ ଘର ସହ ସମାନ’, ମୋଦିଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓବାମା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ଯେଉଁଠାରେ ସେ ଆମେରିକାର ଡେଲାୱେରରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ ବୈଠକରେ...

ଲେବାନନ ଆକ୍ରମଣକୁ ନେଇ ଚର୍ଚ୍ଚାରେ ମିଷ୍ଟ୍ରି ଗର୍ଲ!

ଜେରୁଜେଲମ,୨୧।୯: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଲେବାନନରେ ପେଜର୍‌ ଆକ୍ରମଣ ସାରା ବିଶ୍ୱରେ ଆଲୋଚନା ହେଉଛି। ଏହି ଆକ୍ରମଣ ସହ ଜଡିତ ଅନେକ ତଥ୍ୟ ସାମ୍ନାକୁ ଆସୁଛି।...

ମନ୍ଦିର ମାଳିନୀ ଭୁବନେଶ୍ୱର

ପୁରାଣ ପ୍ରସିଦ୍ଧ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ଓଡ଼ିଶାର ରାଜଧାନୀ କରିବା ପାଇଁ ୧୯୪୮ ଏପ୍ରିଲ ୧୩ରେ ଶିଳାନ୍ୟାସ କରାଯାଇଥିଲା। ଏହାପରଠାରୁ ଧୀରେ ଧୀରେ ଏହା ଦେଶର...

୫୮ ପୁରୁଷଙ୍କ ସହ ସମ୍ପର୍କ ରଖି ଫସିଲେ ଚାଇନାର ‘ବିୟୁଟିଫୁଲ ଗଭର୍ନର’

ବେଜିଂ,୨୧।୯: ଦକ୍ଷିଣ-ପଶ୍ଚିମ ଚାଇନାର ଜଣେ ମହିଳାଙ୍କୁ ୧୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ଏବଂ ଅସଦାଚରଣ ପାଇଁ ଏକ ମିଲିୟନ ୟୁଆନ ଅର୍ଥାତ୍‌ ୧୮୩୦୦୦ ଆମେରିକୀୟ...

ଶ୍ରୀଲଙ୍କାରେ ଆଜି ରାଷ୍ଟ୍ରପତି ନିର୍ବାଚନ, ନାହାଁନ୍ତି ଜଣେ ବି ମହିଳା ପ୍ରାର୍ଥୀ

କଲମ୍ବୋ,୨୧।୯: ଶ୍ରୀଲଙ୍କାରେ ରାଷ୍ଟ୍ରପତି ପଦ ପାଇଁ ମତଦାନ ଶନିବାର ଅନୁଷ୍ଠିତ ହୋଇଛି। ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନ ଉପରେ ଭାରତ ସମେତ ବିଶ୍ୱର ନଜର ରହିଛି। ୨୦୨୨ରେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri