ଦୀପାବଳି ପର୍ବର ମହତ୍ୱ ଆମେ ବୁଝୁ: ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି

କେପଟାଉନ,୧୨।୧୧: ଆଜି ସମଗ୍ର ଭାରତରେ ଦୀପାବଳି ପାଳନ କରାଯାଉଛି। ଏହି ପର୍ବ ପାଇଁ କେବଳ ଦେଶରେ ନୁହେଁ, ବିଶ୍ୱର ଅନେକ ଦେଶରେ ମଧ୍ୟ ଏହାର କ୍ରେଜ୍‌ ରହିଛି। ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ତାଙ୍କ ଦେଶର ନାଗରିକମାନଙ୍କୁ ଦୀପାବଳି ଅବସରରେ ଏକ ବାର୍ତ୍ତା ଦେଇଛନ୍ତି। ଏହି ପର୍ବରେ ଏକ ଭିଡିଓ ପୋଷ୍ଟ ମାଧ୍ୟମରେ ସାରା ଦେଶରେ ପାଳନ କରାଯିବ ବୋଲି ସେ କହିଛନ୍ତି। ସେ କହିଛନ୍ତି, ଦୀପାବଳି ଏକ ଆଲୋକର ପର୍ବ। ଆମେ ଏହି ମହତ୍ୱକୁ ବୁଝୁ। ଦକ୍ଷିଣ ଆଫ୍ରିକାରେ ରହୁଥିବା ସମସ୍ତ ହିନ୍ଦୁଙ୍କୁ ଦୀପାବଳି ଶୁଭେଚ୍ଛା। ଦୀପାବଳି ଏକ ପର୍ବ ଯାହା ଆମକୁ ମନେ ପକାଇଦିଏ ଯେ କୌଣସି ପୀଡିତଙ୍କ ଜୀବନରେ ଆଲୋକ ଏବଂ ଭରସା ଆଣିବା ପାଇଁ ଆମେ ବ୍ୟକ୍ତିଗତ ଭାବରେ ଦାୟୀ ହେବା ଉଚିତ।
ଏହାପୂର୍ବରୁ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଋଷି ସୁନକ ମଧ୍ୟ ଦୀପାବଳୀ ଶୁଭେଚ୍ଛା ଜଣାଇବା ସହ ଲଣ୍ଡରେ ଏକ ଦୀପାଳବୀ ପାର୍ଟି ଦେଇଛନ୍ତି।

Share