ଆମେ ଶାନ୍ତି ଚାହୁଁ: ଜେଲେନ୍‌ସ୍କି

ଓ୍ବାଶିଂଟନ୍‌, ୨୩।୧୨: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୧୦ ମାସରୁ ଊର୍ଦ୍ଧ୍ୱ ଦିନ ବିତିଯାଇଥିବାବେଳେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ବୁଧବାର ଆମେରିକା ଗସ୍ତ କରିଛନ୍ତି। ଜେଲେନ୍‌ସ୍କି ଆମେରିକା କଂଗ୍ରେସକୁ ସମ୍ବୋଧିତ କରି କହିଛନ୍ତି, ଆମେ ଶାନ୍ତି ଚାହୁଁ। ଶାନ୍ତି ପ୍ରତିଷ୍ଠା ଲାଗି ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ବିସ୍ତୃତ ଆଲୋଚନା କରାଯାଇଛି। ଯୁଦ୍ଧକୁ ବନ୍ଦ କରିବା ଦିଗରେ ୟୁକ୍ରେନ୍‌ ସମସ୍ତ ଚେଷ୍ଟା କରୁଛି। ଶାନ୍ତି ପ୍ରତିଷ୍ଠା ପାଇଁ ରୁଷିଆ ପକ୍ଷରୁ କୌଣସି ପଦକ୍ଷେପ ନିଆଯିବା କଥା ଭାବିବା ବୋକାମି ବୋଲି ସେ କହିଛନ୍ତି। ଏହି ଅବସରରେ ଆମେରିକା କଂଗ୍ରେସ ସଦସ୍ୟ ଜେଲେନ୍‌ସ୍କିଙ୍କ ପାଇଁ ୨ ମିନିଟ୍‌ ଷ୍ଟାଣ୍ଡିଂ ଓବେଶନ୍‌ ଦେଇଥିଲେ।

Share