ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ବଢିଚାଲିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଲେଣି। ଏହାରି ମଧ୍ୟରେ
ଟିକାକରଣକୁ ନେଇ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସମ୍ମୁଖ ଯୋଦ୍ଧା ଏବଂ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣା ଟିକା ଦିଆଯାଉଛି ।୧୮ରୁ ୫୯ ବର୍ଷଙ୍କୁ ୩ୟ ଡୋଜ୍ ମାଗଣାରେ ଦିଆଯିବ କି ନାହିଁ କେନ୍ଦ୍ର ସ୍ଥିର କରୁ । ଦରକାର ପଡ଼ିଲେ ୩ୟ ଡୋଜ୍ ମାଗଣା ଦେବା ନେଇ କେନ୍ଦ୍ରକୁ କହିବୁ ବୋଲି ସେ କହିଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ, ଭୁବନେଶ୍ୱର, କଟକ, ପୁରୀ, ରାଉରକେଲାରେ କରୋନା ସଂକ୍ରମଣ ବଢୁଛି । ସ୍ଥିତି ଏବେ ନିୟନ୍ତ୍ରଣରେ ଅଛି, ଆକ୍ଟିଭ୍ କେସ୍ ୩୨୦୦ ପାଖାପାଖି ରହିଛି। ୧% ଲୋକ ହସ୍ପିଟାଲରେ ଓ ୯୯% ହୋମ ଆଇସୋଲେଶନରେ ଅଛନ୍ତି ବୋଲି କହିଛନ୍ତି ସ୍ବାସ୍ଥ୍ୟ ସଚିବ ।