ଆବଶ୍ୟକ ହେଲେ ତାଲା ଭାଙ୍ଗିବୁ

ପୁରୀ,୭ା୭(ଅଜିତ୍‌ କୁମାର ମହାନ୍ତି)ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟର ପୂର୍ବତନ ବିଚାରପତି ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ ଶନିବାର ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରେ ବିଚାରପତି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୬ଜଣିଆ ଟିମ୍‌ ସଦସ୍ୟ ରତ୍ନଭଣ୍ଡାର ଖୋଲିବା ନେଇ ବିସ୍ତୃତ ଆଲୋଚନା କରିଥିଲେ। ରତ୍ନଭଣ୍ଡାର ଖୋଲାଯିବା ନେଇ ତାରିଖ ନିର୍ଦ୍ଧାରିତ ହୋଇପାରିନି। ଆସନ୍ତା ୯ରେ କମିଟିର ଦ୍ୱିତୀୟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ। ଏପରି କି ଡୁପ୍ଲିକେଟ ଚାବିରେ ରତ୍ନଭଣ୍ଡାର ଚାବି ନ ଖୋଲିଲେ ଆମେ ତାଲା ଭାଙ୍ଗିବୁ ବୋଲି ଯାଞ୍ଚ କମିଟିର ଅଧ୍ୟକ୍ଷ ରଥ କହିଛନ୍ତି। କମିଟି ଅଧ୍ୟକ୍ଷଙ୍କ ଏଭଳି ମନ୍ତବ୍ୟ ପରେ ରତ୍ନଭଣ୍ଡାର ଖୋଲିବା ଆଶା ଦୃଢ଼ୀଭୂତ ହୋଇଛି।
ଦୀର୍ଘ ୨ ଘଣ୍ଟାର ରୁଦ୍ଧଦ୍ୱାର ବୈଠକ ପରେ ଅଧ୍ୟକ୍ଷ ରଥ କହିଛନ୍ତି, ସମସ୍ତ ଦିଗ ଉପରେ ଆଲୋଚନା କରାଯାଇଛି। ଏପରି କି ସମସ୍ତ କାଗଜପତ୍ରର ଯାଞ୍ଚ କରାଯାଇଛି। କାଗଜପତ୍ରରୁ ଜଣାପଡୁଛି ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି ଜିଲା ଟ୍ରେଜେରିରେ ରହିଛି। ଡୁପ୍ଲିକେଟ ଚାବିରେ ରତ୍ନଭଣ୍ଡାର ନ ଖୋଲିଲେ ତାଲା ଭଙ୍ଗାଯିବ। ତାଲା କିଭଳି ଭଙ୍ଗାଯିବ ସେନେଇ ଏସ୍‌ଓପି ପ୍ରସ୍ତୁତ କରାଯିବ। ପ୍ରସ୍ତୁତ ଏସ୍‌ଓପି ସରକାରଙ୍କଠାରେ ଉପସ୍ଥାପନ କରାଯିବ। ସେହିପରି ଆସନ୍ତା ୯ତାରିଖରେ ଦ୍ୱିତୀୟ ବୈଠକ ବସିବ। ଉକ୍ତ ବୈଠକରେ ଜିଲା ଟ୍ରେଜେରିରୁ ମିଳିଥିବା ଡୁପ୍ଲିକେଟ୍‌ ଚାବି କମିଟି ନିକଟରେ ଦାଖଲ କରାଯିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ରତ୍ନଭଣ୍ଡାର ମରାମତି ନିମନ୍ତେ ଏକ ଏସ୍‌ଓପି କରାଯିବା ସହ ସରକାରଙ୍କଠାରୁ ଅନୁମତି ଅଣାଯିବ। ପରିଚାଳନା କମିଟି ବୈଠକ ବସି ଅଳଙ୍କାରଗୁଡ଼ିକୁ ରଖାଯିବା ସହ ଗଣତିମଣତି କରିବା ପାଇଁ ପ୍ରୟାସ କରିବ। ଅଳଙ୍କାର ଗଣତି ପାଇଁ ପରିଚାଳନା କମିଟି ବଣିଆଙ୍କୁ ଆଣିବେ। ଆଶା କରାଯାଉଛି, ମହାପ୍ରଭୁଙ୍କ ନୀଳାଦ୍ରିବିଜେ ପୂର୍ବରୁ ଏହାକୁ ମରାମତି କରାଯିବ। ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଥମ ଏବଂ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ଦ୍ୱିତୀୟ। ତେଣୁ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ବ୍ୟତିକ୍ରମ ହେବ ନାହିଁ ବୋଲି ଜଷ୍ଟିସ ରଥ କହିଛନ୍ତି। ଅନ୍ୟପଟେ ଅଳଙ୍କାରଗୁଡ଼ିକୁ ସୁରକ୍ଷିତ ଭାବରେ ଅନ୍ୟସ୍ଥାନକୁ ସ୍ଥାନାନ୍ତରିତ କରାଯିବ। କିନ୍ତୁ ଗଣତିମଣତି ଲମ୍ବା ପ୍ରକ୍ରିୟା ହୋଇଥିବାରୁ ରଥଯାତ୍ରା ସମୟରେ ଏହା ସମ୍ଭବ ନୁହେଁ ବୋଲି ବୈଠକରେ ମତ ପ୍ରକାଶ ପାଇଛି। ତଥାପି ଶୀଘ୍ର କରିବାକୁ ଚେଷ୍ଟା କରାଯାଉଛି। ବୈଠକରେ ରତ୍ନଭଣ୍ଡାର ମରାମତି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ରତ୍ନଭଣ୍ଡାର ଖୋଲାଗଲେ ଏହାର ମରାମତି ନେଇ ମହାପ୍ରଭୁଙ୍କ ରତ୍ନ ଆଭୂଷଣକୁ ଏକ ସ୍ବତନ୍ତ୍ର ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ଗଣତିରେ ଅତ୍ୟାଧୁନିକ ବ୍ୟବସ୍ଥାର ଉପଯୋଗ କରାଯିବ ଏବଂ ରତ୍ନର ଚିହ୍ନଟ ନେଇ ବଣିଆମାନଙ୍କୁ ନିଯୁକ୍ତ ନେଇ ପରିଚାଳନା କମିଟି ନିଷ୍ପତ୍ତି ନେବ ବୋଲି ଅଧ୍ୟକ୍ଷ ରଥ କହିଛନ୍ତି। ରଥଯାତ୍ରା ମଧ୍ୟରେ ରତ୍ନଭଣ୍ଡାର ଖୋଲିବା ପାଇଁ ଯାଞ୍ଚ କମିଟି ପ୍ରୟାସ କରିବ। ମହାପ୍ରଭୁ ଏହି ସମୟରେ ଗୁଣ୍ଡିଚା ଘରେ ଥିବାରୁ ନୀତିରେ ବ୍ୟାଘାତ ନ କରି ମରାମତି କାର୍ଯ୍ୟ ମଧ୍ୟ କରାଯାଇପାରିବ। ରତ୍ନଭଣ୍ଡାର ମରାମତି ପାଇଁ ସ୍ବତନ୍ତ୍ର ଏସ୍‌ଓପି କରାଯିବା ସହ ଅଳଙ୍କାର ଥାଇ ଯଦି ମରାମତି ସମ୍ଭବ ହେବନାହିଁ ତେବେ ଅଳଙ୍କାରର କିଭଳି ରକ୍ଷଣାବେକ୍ଷଣ କରାଯିବ ସେନେଇ ପରିଚାଳନା କମିଟି ନିଷ୍ପତ୍ତି ନେବ ବୋଲି ବୈଠକରେ ଆଲୋଚନା ହୋଇଛି। ତେବେ ଡୁପ୍ଲିକେଟ୍‌ ଚାବିରେ ରନତ୍ଭଣ୍ଡାର ଖୋଲୁଛି କି ନାହିଁ ତାହା ଦେଖିବାକୁ ଥିବାବେଳେ ୧୯୭୮ ମସିହା ରତ୍ନ ଗଣତି ରିପୋର୍ଟ ଆଧାରରେ ଗଣତି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପ୍ରତି ବ୍ଲକରେ ହେବ…

ଭୁବନେଶ୍ୱର,୫।୧୦: ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓଙ୍କ ବଡ଼ ସୂଚନା। ପ୍ରତି ବ୍ଲକରେ ହେବ ଶୀତଳ ଭଣ୍ଡାର। ଆଗାମୀ ୫ ବର୍ଷରେ ପ୍ରତି ବ୍ଲକରେ ହେବ ଶୀତଳ...

ଉଠା ଦୋକାନୀଙ୍କୁ ଉଚ୍ଛେଦ ମସୁଧା

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଥିବା ସମ୍ମିଳନୀ କକ୍ଷରେ ଶନିବାର ଜିଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ...

ଦଳିଦେବା ପରେ ମୃତଦେହକୁ ଜଗିରହିଲା ଦନ୍ତା: କାରଣ ଜାଣିଲେ…

ଦେବଗଡ଼,୫।୧୦(ଶଶାଙ୍କ ଶେଖର ଝାଙ୍କର) ଶୌଚ ପାଇଁ ଯାଇଥିବା ବେଳେ ଦଳି ଦେଲା ଦନ୍ତା । ଘଟଣାସ୍ଥଳରେ ହିଁ ଚାଲିଗଲା ବ୍ୟକ୍ତିଙ୍କ ଜୀବନ। ଦେବଗଡ଼ ବନଖଣ୍ଡ ରିଆମାଳ...

ସରପଞ୍ଚଙ୍କ ନାମରେ ଆସିଥିବା ଅଭିଯୋଗକୁ ଖଣ୍ଡନ କଲେ ୱାର୍ଡମେମ୍ବର

ଭବାନୀପାଟଣା,୫।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅଧୀନ ଅର୍ତ୍ତଲ ପଞ୍ଚାୟତର ସରପଞ୍ଚଙ୍କ ନାମରେ ଆସିଥିବା ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା ବୋଲି...

ଅଗ୍ନିବୀର ନିଯୁକ୍ତି ପାଇଁ ବଡ଼ ପ୍ରସ୍ତୁତି: ଡିସେମ୍ବର ୬ରୁ…

ରାଉରକେଲା,୫।୧୦(ବିପ୍ଳବ ରଞ୍ଜନ ଦାଶ): ଭାରତୀୟ ସେନା ପାଇଁ ହେବାକୁ ଥିବା ଅଗ୍ନିବୀର ନିଯୁକ୍ତି ମେଳା ଆୟୋଜନ ନେଇ ଏକ ଜିଲା ପ୍ରଶାସନ ସ୍ତରୀୟ ପ୍ରସ୍ତୁତି ବୈଠକ...

ମହିଳା ସଂଘ ଟଙ୍କା ଆତ୍ମସାତ ମାମଲା: ବ୍ୟାଙ୍କ ପିଅନଙ୍କୁ ଦୁଇ ବର୍ଷ ଜେଲ

ପୁରୁଷୋତ୍ତମପୁର,୫।୧୦(ସିମାଞ୍ଚଳ ମିଶ୍ର): ମହିଳା ସଂଘର ଜମାଟଙ୍କା ଆତ୍ମସାତ ମାମଲାର ଶନିବାର ରାୟ ପ୍ରକାଶ ପାଇଛି। ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ...

ପୁଣି ବିଜେଡିକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ, କହିଲେ ଏଥର ଫାଇଭ ଟି…

ଭୁବନେଶ୍ୱର,୫।୧୦: ଫାଇଭ ଟି ରୂପାନ୍ତରିତ ସ୍କୁଲ ଯୋଜନାକୁ ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶିକ୍ଷକ ନିଯୁକ୍ତିପତ୍ର ବଣ୍ଟନ ସମାରୋହରେ ମୁଖ୍ୟମନ୍ତ୍ରୀ ଫାଇଭ...

ପାର୍ବଣରେ ଗଡ଼ିବନି ବସ୍‌

ଭୁବନେଶ୍ୱର,୫।୧୦: ପୂଜାରେ ଗଡ଼ିବନି ବସ୍‌। ଆଗାମୀ ୭ ତାରିଖ ସନ୍ଧ୍ୟା ଠାରୁ ୮ ତାରିଖ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri