Posted inଜାତୀୟ

ଆତଙ୍କବାଦକୁ ପାତାଳରେ କବର ଦେବୁ: ଜମ୍ମୁ କଶ୍ମୀରରେ ଗର୍ଜିଲେ ଶାହା

ଶ୍ରୀନଗର,୧୬।୯: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଅଭିଯାନ ଚରମ ସୀମାରେ ରହିଛି। ନିର୍ବାଚନ ପୂର୍ବରୁ ରାଜନେତାମାନେ ପରସ୍ପର ଉପରେ ଆରୋପ-ପ୍ରତ୍ୟାରୋପ କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ଏହି କ୍ରମରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର ରାଜ୍ୟର କିସ୍ତଓ୍ବାଡରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ବିରୋଧୀ ଦଳକୁ ଟାର୍ଗେଟ କରିଥିଲେ।

ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଶାହା କନଫରେନ୍ସ ଏବଂ କଂଗ୍ରେସକୁ ସମାଲୋଚନା କରିଛନ୍ତି। ଜମ୍ମୁ କଶ୍ମୀରରେ ସେମାନେ କ୍ଷମତାକୁ ଆସିପାରିବେ ନାହିଁ । ରାଜ୍ୟରେ ଆତଙ୍କବାଦ ବୃଦ୍ଧି ପାଇଁ ପୁଣି ଥରେ ଉଦ୍ୟମ କରାଯାଉଛି କିନ୍ତୁ ଭାଜପା ସରକାର ଏହାକୁ ଭୂମିରେ ପୋତି ଦେବେ।

ଆତଙ୍କବାଦ ପ୍ରସଙ୍ଗରେ ଶାହା କହିଛନ୍ତି, କଂଗ୍ରେସ ଏବଂ ଏହାର ନେତା ରାହୁଲ ଗାନ୍ଧୀ ଜମ୍ମୁ କଶ୍ମୀରକୁ ପୁଣି ଆତଙ୍କବାଦ ଆଡକୁ ଠେଲିବାକୁ ଚାହୁଁଛନ୍ତି। ଯଦି କଂଗ୍ରେସ ଏବଂ ଏନସି ସରକାର ଆସନ୍ତି ତେବେ ଆମେ ଛାଡିବୁ ନାହିଁ। ମୁଁ ଆପଣଙ୍କୁ ପ୍ରତିିଶ୍ରୁତି ଦେଉଛି। ଆତଙ୍କବାଦକୁ ପାତାଳରେ କବର ଦେବୁ। ଆତଙ୍କବାଦକୁ ଏପରି ସ୍ତରରେ ପୋତିଦେବାକୁ ନିଷ୍ପତ୍ତି ନେଇଛୁ ଯେ, ଯେଉଁଠୁ ଏହା ଆଉ ଫେରିପାରିବ ନାହିଁ।

ଏଥର ଜମ୍ମୁ କଶ୍ମୀରରେ ଅବଦୁଲ୍ଲା ସରକାର କିମ୍ବା ରାହୁଲ ଗାନ୍ଧୀଙ୍କ ସରକାର ଗଠନ ହେଉନାହିଁ। ଏଥର ଏଠାରେ ଭାଜପା ନେତୃତ୍ୱାଧୀନ ସରକାର ଗଠନ ହେବ ବୋଲି ଶାହା କହିଛନ୍ତି।

ଜନତାଙ୍କୁ ନିବେଦନ କରି ଶାହା କହିଛନ୍ତି ଭାଜପା ସରକାର ଗଠନ କରିବାରେ ସାହାଯ୍ୟ କର, ଆମେ ଆତଙ୍କବାଦକୁ ମୂଳୋତ୍ପାଟନ କରିବୁ। ଉପତ୍ୟକାରେ ତିନି ପରିବାରର ଶାସନକୁ ସମାପ୍ତ କରି ପ୍ରଧାନମନ୍ତ୍ରୀ ମୋଦି ପଞ୍ଚାୟତ ରାଜକୁ ମଜଭୁତ କରିଛନ୍ତି ଏବଂ ଧାରା ୩୭୦ ବର୍ତ୍ତମାନ ଇତିହାସର ବିଷୟ ହୋଇଛି, ଏହା ଆଉ ଫେରିବ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦେଶ ଗୋଟିଏ ନିର୍ବାଚନ: ୧୫ ବିରୋଧୀ ଦଳ କହିଲେ ଅସମ୍ଭବ

ନୂଆଦିଲ୍ଲୀ,୧୮ା୯: କଂଗ୍ରେସ ନେତୃତ୍ୱରେ ୧୫ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ବୁଧବାର କେନ୍ଦ୍ର କ୍ୟାବିନେଟ୍ ପୂର୍ବତନ...

ଦେଶର ସର୍ବକନିଷ୍ଠ ମହିଳା ମୁଖ୍ୟମନ୍ତ୍ରୀ ହେବେ ଆତିଶୀ, ତାଲିକାରେ ଓଡ଼ିଶାର ଥିଲେ…

ନୂଆଦିଲ୍ଲୀ,୧୮।୯: ଅରବିନ୍ଦ କେଜରିଓ୍ବାଲଙ୍କ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆତିଶୀ। ତେବେ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀଙ୍କ ନାଁକୁ ମଞ୍ଜୁର ଦିଆଯାଇଛି ଯିଏକି ରାଜଧାନୀ ଦିଲ୍ଲୀର ଶୀର୍ଷ...

ମୋଦିଙ୍କ ପ୍ରସ୍ତାବକୁ ଖୋଲାଖୋଲି ସମର୍ଥନ କଲେ ମାୟାବତୀ-ଅଖିଳେଶ, କଂଗ୍ରେସର ବଢିଲା ହାର୍ଟବିଟ୍‌

ନୂଆଦିଲ୍ଲୀ,୧୮।୯: ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ନେଇ ସମାଜବାଦୀ ପାର୍ଟିର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ମୋଦି କ୍ୟାବିନେଟର ନିଷ୍ପତ୍ତିକୁ ଦଳ ସମର୍ଥନ କରି କହିଛି ଯେ...

ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନରେ କ’ଣ ବଦଳିଯିବ ଜାଣନ୍ତୁ….

ନୂଆଦିଲ୍ଲୀ,୧୮ା୯: ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ କମିଟିର ପ୍ରସ୍ତାବକୁ ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ କରିଛି। ପୂର୍ବତନ ରାଷ୍ଟ୍ରପତିଙ୍କ...

ମୋଦି ସରକାରଙ୍କ ବଡ ଆକ୍ସନ, ଆଉ ଭାରତ ପାଣିରେ ମଉଜ କରିପାରିବନାହିଁ ପାକିସ୍ତାନ

ନୂଆଦିଲ୍ଲୀ,୧୮।୯: ପାକିସ୍ତାନ ବର୍ଷ ବର୍ଷ ଧରି ଭାରତୀୟ ଜଳକୁ ଉପଭୋଗ କରିଆସୁଥିଲା, କିନ୍ତୁ ବର୍ତ୍ତମାନ ଏହି ଦିନ ପରିବର୍ତ୍ତନ ହେବାକୁ ଯାଉଛି। ଭାରତ ସରକାର ପାକିସ୍ତାନକୁ...

ଓ୍ବାନ ନେଶନ ଓ୍ବାନ ଇଲେକଶନକୁ ମୋଦି କ୍ୟାବିନେଟରେ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୧୮।୯: ଓ୍ବାନ ନେଶନ ଓ୍ବାନ ଇଲେକଶନର ଅର୍ଥ ହେଉଛି ଗୋଟିଏ ଦେଶ-ଗୋଟିଏ ନିର୍ବାଚନ। ଏହା ଏବେ ମୋଦି କ୍ୟାବିନେଟର ଅନୁମୋଦନ ଲାଭ କରିଛି। ବୁଧବାର (ସେପ୍ଟେମ୍ବର...

ମହିଳାଙ୍କୁ ପ୍ରତି ମାସରେ ୨ ହଜାର ଟଙ୍କା…, ଗରିବଙ୍କୁ ୧୦୦ ଗଜ ଜମି, ଜାଣନ୍ତୁ ଆଉ କ’ଣ ରହିଛି କଂଗ୍ରେସର ଘୋଷଣାପତ୍ରରେ

ଚଣ୍ଡିଗଡ଼,୧୮।୯: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ବୁଧବାର ଦିଲ୍ଲୀର ଏଆଇସିସି ମୁଖ୍ୟାଳୟରେ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଦଳର ଗ୍ୟାରେଣ୍ଟି ଘୋଷଣା କରିଛନ୍ତି। ଏହି ଅବସରରେ...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri