Categories: ଜାତୀୟ

ଆବଶ୍ୟକ ହେଲେ ଏଲଓସି ପାର କରିବୁ: କାରଗିଲ ବିଜୟ ଦିବସରେ ରାଜନାଥଙ୍କ ହୁଙ୍କାର…

ନୂଆଦିଲ୍ଲୀ,୨୬।୭ : ବୁଧବାର ସମଗ୍ର ଦେଶ ୨୪ ତମ କାରଗିଲ ବିଜୟ ଦିବସ ପାଳନ କରୁଛି ଏବଂ ଅମର ସହିଦମାନଙ୍କୁ ଅଭିବାଦନ ଜଣାଉଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସମେତ ଅନେକ ନେତା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏହି ଅବସରରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ୨୬ ଜୁଲାଇ ୧୯୯୯ରେ ଯୁଦ୍ଧରେ ଜିତିବା ପରେ ମଧ୍ୟ ଆମର ସୈନ୍ୟବାହିନୀ ଏଲଓସି ପାର ହୋଇ ନାହାଁନ୍ତି। ଏହାର କାରଣ ହେଉଛି ଆମେ ଶାନ୍ତି ପ୍ରେମୀ। ଆମର ଭାରତୀୟ ମୂଲ୍ୟବୋଧ ଉପରେ ବିଶ୍ୱାସ ଏବଂ ଅନ୍ତର୍ଜାତୀୟ ନିୟମ ପ୍ରତି ଆମର ପ୍ରତିବଦ୍ଧତା ଅଛି।

ଯଦି ଆମେ ସେହି ସମୟରେ ଏଲଓସି ଅତିକ୍ରମ କରି ନ ଥିଲୁ, ଏହାର ଅର୍ଥ ନୁହେଁ ଆମେ ଏଲଓସି ପାର ହୋଇ ପାରିବୁ ନାହିଁ। ଆମେ ଆଜି ମଧ୍ୟ ଏହାକୁ ପାର ହୋଇପାରିବୁ। ଆବଶ୍ୟକ ହେଲେ ଭବିଷ୍ୟତରେ ଆମେ ଏହାକୁ ପାର କରିବୁ । ମୁଁ ମୋର ମତକୁ ପୁନରାବୃତ୍ତି କରି ଦେଶବାସୀଙ୍କୁ ଏହା ନିଶ୍ଚିତ କରୁଛି।

Share