‘ୟୁକ୍ରେନକୁ ବଞ୍ଚାଇବା ପାଇଁ ସବୁକିଛି କରିବୁ’

କିଭ୍‌,୨୨ା୫: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ବର୍ତ୍ତମାନ ୪ମାସ ବିତିଗଲାଣି। ତଥାପି ଦୁଇ ଦେଶ ମଧ୍ୟରେ କୌଣସି ସମନ୍ବୟ ଦେଖାଯାଉ ନାହିଁ। ଉଭୟ ଦେଶ ପରସ୍ପର ଉପରେ ଘୋର ଆକ୍ରମଣ କରୁଛନ୍ତି। ଏଥି ସହିତ ରୁଷିଆ ଦାବି କରିଛି, ୟୁକ୍ରେନର ମାରିଉପୋଲ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିଛି। ଅନ୍ୟ ପଟେ ବର୍ତ୍ତମାନ ବେଲାରୁଷର ଲୋକମାନେ ମଧ୍ୟ ଏହି ଯୁଦ୍ଧରେ ସାମିଲ ଅଛନ୍ତି। ସେଠାକାର ଲୋକମାନେ କହିଛନ୍ତି, ୟୁକ୍ରେନକୁ ବଞ୍ଚାଇବା ପାଇଁ ସେମାନେ ସବୁକିଛି କରିବେ। ବେଲାରୁଷର ଲୋକମାନେ ୟୁକ୍ରେନର ଲୋକଙ୍କୁ ଭାଇ ବୋଲି ଭାବନ୍ତି ।

Share