Categories: ଜାତୀୟ

ଯେମିତି ଚାଇନା ଭାରତରେ ଅନୁପ୍ରବେଶ କରିଛି, ଆମେ ସେମିତି କର୍ନାକଟରେ ପ୍ରବେଶ କରିବୁ: ସଞ୍ଜୟ ରାଉତ…

ମୁମ୍ବାଇ,୨୧।୧୨ : କର୍ନାଟକ ଏବଂ ମହାରାଷ୍ଟ୍ର ସୀମା ପ୍ରସଙ୍ଗରେ ବିବାଦ ବଢ଼ିବାରେ ଲାଗିଛି। ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତା ସଞ୍ଜୟ ରାଉତ ବର୍ତ୍ତମାନ ଦୁଇ ରାଜ୍ୟ ମଧ୍ୟରେ ବଢୁଥିବା ତିକ୍ତତା ଉପରେ ଏଭଳି ବିବୃତ୍ତି ଦେଇଛନ୍ତି, ଯାହା ଏକ ରାଜନୈତିକ ଅଡୁଆ ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି। ସଞ୍ଜୟ କହିଛନ୍ତି ଚାଇନା ଭାରତରେ ଅନୁପ୍ରବେଶ କରିଥିବା ପରି ଆମେ ମଧ୍ୟ କର୍ନାଟକରେ ପ୍ରବେଶ କରିବୁ। ଏହି ପ୍ରସଙ୍ଗରେ ତାଙ୍କୁ କାହାର ଅନୁମତି ନେବାର ଦରକାର ନାହିଁ। ଆମେ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବାକୁ ଚାହୁଁଛୁ । କିନ୍ତୁ କର୍ନାଟକର ମୁଖ୍ୟମନ୍ତ୍ରୀ ନିଆଁ ଲଗାଉଛନ୍ତି। ମହାରାଷ୍ଟ୍ରର ଏକ ଦୁର୍ବଳ ସରକାର ଅଛି ଏବଂ ଏହା ଉପରେକୌଣସି ଆଭିମୁଖ୍ୟ ଗ୍ରହଣ କରୁନାହାଁନ୍ତି।

ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସରକାର ଏହି ପ୍ରସଙ୍ଗରେ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ମହାରାଷ୍ଟ୍ର ବିଧାନସଭାର ଚାଲିଥିବା ଶୀତକାଳୀନ ଅଧିବେଶନ ଶାସକ ଦଳ ବିରୋଧୀଙ୍କ ଆଲୋଚନାର ସମ୍ମୁଖୀନ ହୋଇଛି। ବିରୋଧୀ ଦଳର ନେତା ଅଜିତ ପାୱାର ଏହା ପୂର୍ବରୁ ବିଧାନସଭାରେ ସୀମା ବିବାଦ ପ୍ରସଙ୍ଗ ଉଠାଇ କହିଥିଲେ ଯେ ମହାରାଷ୍ଟ୍ରର ଜଣେ ଲୋକ ସଭା ସଦସ୍ୟଙ୍କୁ ବେଲାଗାଭିରେ ପ୍ରବେଶ ବନ୍ଦ କରାଯାଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସହ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ସେଠାକୁ ଯିବାକୁ କେହି ଅଟକାଇବେ ନାହିଁ। ତେବେ ସେଠାରେ ଥିବା କଲେକ୍ଟର କିପରି ଏପରି ନିଷ୍ପତ୍ତି ନେଇ ପାରିଲେଏ ବୋଲି ସେ ପ୍ରଶ୍ନ କରିଛନ୍ତି।

Share