Categories: ଜାତୀୟ

ଭାଜପା-ଆରଏସଏସ, ଏମଏନଏଫ-ଜେଡପିଏମ ସହ ଲଢ଼ିବୁ ଆମେ: ରାହୁଲ…

ନୂଆଦିଲ୍ଲୀ,୧୭।୧୦ : କଂଗ୍ରେସ ପକ୍ଷରୁ ମିଜୋରାମରେ ଶାସକ ମିଜୋ ନ୍ୟାଶନାଲ ଫ୍ରଣ୍ଟ (ଏମଏନଏଫ) ଏବଂ ବିରୋଧୀ ଜୋରାମ ପିପୁଲ୍ସ ମୁଭମେଣ୍ଟ (ଜେଡପିଏମ)ଙ୍କୁ କଡ଼ା ସମାଲୋଚନା କରାଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଶାସକ ଏବଂ ବିରୋଧି ଭାରତୀୟ ଜନତା ପାର୍ଟି (ଭାଜପା)ତଥା ରାଷ୍ଟ୍ରୀୟ ସ୍ବଂୟସେବକ ସଂଘ (ଆରଏସଏସ)କୁ ସହାୟତା ଯୋଗାଇ ଦେଉଥିବା ଅଭିଯୋଗ କରିଛନ୍ତି।

ଖ୍ରୀଷ୍ଟିଆନ-ସଂଖ୍ୟାଗରିଷ୍ଠ ଉତ୍ତର-ପୂର୍ବ ରାଜ୍ୟରେ ଭାଜପାର ବିଭାଜନ ଚିନ୍ତାଧାରାକୁ ବିସ୍ତାର କରାଯାଉଛି। ଏମଏନଏଫ କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନଡିଏର ଅଂଶ ଭାବେ କାର୍ଯ୍ୟ କରୁଛି। ଏହି ଦଳ ସିଧାସଳଖ ଭାଜପା ସହ ଜଡିତ ଅଛି। ଅପରପକ୍ଷରେ ଭାଜପା ସହ କାମ କରିବ ବୋଲି ଜେଡପିଏମ କହିଛି। ଏହି ଉଭୟ ଦଳ ମିଜୋରାମରେ ଭାଜପା ଏବଂ ଆରଏସଏସର ପ୍ରବେଶକୁ ସହଜ କରୁଛନ୍ତି। ତେବେ ଆମେ ଭାଜପା-ଆରଏସଏସ, ଏମଏନଏଫ-ଜେଡପିଏମ ସହ ଲଢ଼ିବୁ ।

 

ଭାଜପା ଏବଂ ଆରଏସଏସ ବିଭାଜନ ନୀତି ବିସ୍ତାର କରିବାକୁ ଚେଷ୍ଟା କରୁଛନ୍ତି। କଂଗ୍ରେସ ସେମାନଙ୍କ ଆଦର୍ଶକୁ ବିରୋଧ କରୁଛି। ସମସ୍ତ ଧର୍ମ ଓ ସଂସ୍କୃତିର ସୁରକ୍ଷା ହେବା ଉଚିତ ବୋଲି କଂଗ୍ରେସ ବିଶ୍ୱାସ କରେ। ଆମର ମିଳିତ ମେଣ୍ଟ ଇଣ୍ଡିଆ ମଧ୍ୟ ଏହି ଚିନ୍ତାଧାରାରେ ବିଶ୍ୱାସ ରଖେ। ଆମର ମିଳିତ ମେଣ୍ଟ ଦେଶର ୬୦ ପ୍ରତିଶତ ପ୍ରତିନିଧିତ୍ୱ କରୁଛି।

Share