Categories: ଜାତୀୟ

ଆତ୍ମସମର୍ପଣ ନ କରି ଲଢ଼ିବୁ: ଗର୍ଜିଲେ ମମତା ଦିଦି…

କୋଲକାତା,୧।୧ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ତୃଣମୂଳ କଂଗ୍ରେସ (ଟିଏମସି) ର ପ୍ରତିଷ୍ଠା ଦିବସ ଅବସରରେ ଦଳୀୟ କର୍ମୀଙ୍କୁ ଶୁଭେଚ୍ଛା ଜଣାଇବା ସହ କୌଣସି ମନ୍ଦ ଶକ୍ତିକୁ ପ୍ରତିରୋଧ କରିବା ତଥା ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ ସୁରକ୍ଷା ଦେବା ପାଇଁ ସଂଗ୍ରାମ ଜାରି ରଖିବାକୁ ଅନୁରୋଧ କରିଛନ୍ତି। ୧ ଜାନୁଆରୀ ୧୯୯୮ ରେ ଟିଏମସି ଗଠନର ମହତ୍ତ୍ୱ ଉପରେ ସିଏମ ବାନାର୍ଜୀ ମାତୃଭୂମିକୁ ସମ୍ମାନ ଦେବା, ରାଜ୍ୟର ସ୍ବାର୍ଥ ରକ୍ଷା କରିବା ତଥା ଜନତାଙ୍କ ପାଇଁ ଗଣତାନ୍ତ୍ରିକ ଅଧିକାର ରକ୍ଷା କରିବା ଉପରେ ଦୃଢ଼ ବିଶ୍ୱାସର ଅଭିବ୍ୟକ୍ତି ଭାବରେ ଦଳର ପ୍ରତିଷ୍ଠା ଉପରେ ଆଲୋକପାତ କରିଛନ୍ତି।

ସେ କହିଛନ୍ତି, ଆମ ଦଳର ପ୍ରତ୍ୟେକ କର୍ମୀ ତଥା ସମର୍ଥକଙ୍କ ଉତ୍ସର୍ଗୀକୃତ ବଳିଦାନ ତଥା ସମର୍ପଣକୁ ମୁଁ ନମ୍ରତାର ସହ ସମ୍ମାନ କରେ। ଆଜି ଟିଏମସି ପରିବାର ସମସ୍ତଙ୍କ ପ୍ରେମ ଏବଂ ସ୍ନେହରେ ଆଶୀର୍ବାଦ ପ୍ରାପ୍ତ ହୋଇଛି। ଦେଶର ସାଧାରଣ ଲୋକଙ୍କ ପାଇଁ ସଂଗ୍ରାମ ଜାରି ରଖିବାକୁ ସିଏମ ବାନାର୍ଜୀ ପ୍ରତିଶ୍ରୂତି ଦେଇଛନ୍ତି। ମମତା ବାନାର୍ଜୀ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ତୁମର ଅଦମ୍ୟ ସମର୍ଥନର ଶକ୍ତି ଉପରେ ଆମେ ଏହି ମହାନ ଗଣତାନ୍ତ୍ରିକ ଦେଶରେ ସମସ୍ତଙ୍କ ପାଇଁ ସଂଗ୍ରାମ ଜାରି ରଖିବା। କୌଣସି ମନ୍ଦ ଶକ୍ତି ସମ୍ମୁଖରେ ଆତ୍ମସମର୍ପଣ କରିବା ନାହିଁ। ସମସ୍ତ ଆତଙ୍କବାଦ ବିରୋଧରେ ଆମ ଦେଶର ସାଧାରଣ ଲୋକଙ୍କ ପାଇଁ ଆମେ ଆଜୀବନ ସଂଗ୍ରାମ ଜାରି ରଖିବୁ।

 

 

Share