ଅନ୍ତର୍ଜାତୀୟ ଆଇନ ଯେଉଁଠି ଅନୁମତି ଦେବ ସେଠି ଉଡ଼ାଣ କରିବୁ: ରୁଷିଆକୁ ଆମେରିକାର ଜବାବ…

ଓ୍ବାଶିଂଟନ,୧୬।୩ : ଆମେରିକାର ସାମରିକ ଅନୁସନ୍ଧାନ ଡ୍ରୋନର ରୁଷିଆର ଯୁଦ୍ଧ ବିମାନ ସହିତ ଧକ୍କା ହେବା ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଏହି ପ୍ରସଙ୍ଗରେ ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ଏବଂ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଏକ ଫୋନ ବାର୍ତ୍ତାଳାପ ମଧ୍ୟ ହୋଇଥିଲା। ବାର୍ତ୍ତାଳାପରେ ରୁଷିଆ ଆମେରିକା ବିରୋଧରେ ଗୁପ୍ତଚରୀ କରିଥିବା ଅଭିଯୋଗ କରିଛି।

ଆଲୋଚନା ପରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଓଲିଉଡ ଅଷ୍ଟିନ ଏହା ମଧ୍ୟ କହିଛନ୍ତି ଯେ ଯେଉଁଠି ଅନ୍ତର୍ଜାତୀୟ ଆଇନ ଅନୁମତି ଦେବ ଆମେ ସେଠାରେ ଆମେରିକୀୟ ବିମାନ ଉଡ଼ାଇବୁ। ଆମେରିକା ମଧ୍ୟ ରୁଷିଆକୁ ସତର୍କତାର ସହ ବିମାନ ଉଡ଼ାଣ କରିବାକୁ ଚେତାବନୀ ଦେଇଛି।

ଏହାର ବିମାନକୁ ସୁରକ୍ଷିତ ଏବଂ ସଠିକ ଭାବରେ ପରିଚାଳନା କରିବା ରୁଷିଆ ଉପରେ ନିର୍ଭର କରେ। ଡ୍ରୋନ ଛାଡିବାର ଘଟଣାକୁ ରୁଷିଆର ଅବହେଳା ଏବଂ ଭୁଲ ମନୋଭାବ ବୋଲି ଆମେରିକା କହିଛି।

Share