Categories: ଜାତୀୟ

ସର୍ତ୍ତ ମାନିଲେ କଂଗ୍ରେସ ଓ ଭାଜପା ସହ ମେଣ୍ଟ ସରକାର ଗଠନ କରିବୁ:ଜେଡିଏସ୍‌

ବେଙ୍ଗାଲୁରୁ,୧୨।୫:କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ଗୋଟିଏ ଦିନ ପୂର୍ବରୁ ଜେଡିଏସ ମୁଖ୍ୟଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦଳର ମୁଖ୍ୟ ଏଚଡି କୁମାରସ୍ବାମୀ କହିଛନ୍ତି ଯେ, ଦଳ ନିଜ ସର୍ତ୍ତରେ ଭାଜପା କିମ୍ବା କଂଗ୍ରେସ ସହିତ ମେଣ୍ଟ ସରକାର ଗଠନ କରିବ। ଯାହା ସହିତ ମେଣ୍ଟ କରିବୁ, ସେ ଜେଡିଏସର ଦୁର୍ଗଭାବେ ପରିଚିତ ହାସାନ ଓ ମାଣ୍ଡ୍ୟାରୁ ଦୂରେଇ ରହିବେ ବୋଲି ପ୍ରତିଶ୍ରୁତି ଦେବେ।
ସୂଚନାଯୋଗ୍ୟ, କର୍ନାଟକରେ ଝୁଲା ବିଧାନସଭା ହେବ ବୋଲି ଅଧିକାଂଶ ଏକଜିଟ୍‌ ପୋଲ୍‌ ପୂର୍ବାନୁମାନ କରିଥିଲେ। ତେବେ ଏହାକୁ ନେଇ ଜେଡିଏସ ଉଭୟ ଭଂଗ୍ରେସ ଓ ଭାଜପା ସହ ମେଣ୍ଟ ସରକାର ଗଠନ କରିବ ବୋଲି ସଙ୍କେତ ଦେଇଛି।

Share