କୁତ୍ରା,୨୬ା୮(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ କଣ୍ଡେଇମୁଣ୍ଡା ପଞ୍ଚାୟତରେ ଏକ ସିମେଣ୍ଟ ଅଧିକୃତ ଜେଏସ୍ଡବ୍ଲ୍ୟୁ କାରଖାନା ବାର୍ଷିକ ୦.୧୬୫ ନିୟୁତ ମେଟ୍ରିକ ଟନରୁ ୩.୦୦ନିୟୁତ ମେଟ୍ରିକ ଟନ୍କୁ ବୃଦ୍ଧି କରି ସିମେଣ୍ଟ ଉତ୍ପାଦନ କରିବ। ତେବେ ବାର୍ଷିକ ୦.୨୫୨ ନିୟୁତ ମେଟ୍ରିକ ଟନକୁ ୩.୦୦ ମେଟ୍ରିକ ଟନ୍କୁ ସମ୍ପ୍ରସାରିତ ସହ ୧୨ ମେଗାଓ୍ବାଟ କ୍ଷମତା ବିଶିଷ୍ଟ ବର୍ଜ୍ୟବସ୍ତୁ ଉତ୍ତାପ ଶକ୍ତି ପ୍ରକଳ୍ପ ସ୍ଥାପନ କରିବ। ଏଥି ନିମନ୍ତେ ଜମି ଅଧିଗ୍ରହଣ ହେବ। ତେଣୁ ପରିବେଶ ସମ୍ପର୍କିତ ଜନଶୁଣାଣି କରାଯାଉଛି। ହେଲେ ଏହି ଜନଶୁଣାଣିକୁ ବିରୋଧ କରିବା ପାଇଁ ଆଦିବାସୀମାନେ ଅଣ୍ଟା ଭିଡ଼ିଛନ୍ତି। ଜୀବନ ଦେବୁ ପଛେ ଜମି ଦେବୁ ନାହିଁ ବୋଲି କହି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ଅଞ୍ଚଳରେ ପୁଣି ଥରେ ଜନଆନ୍ଦୋଳନ ମୁଣ୍ଡ ଟେକିଛି।