ନବୀନ ବାବୁଙ୍କ ଜିଲାକୁ ଆମେ ୧ ନଂ କରିଦେବୁ: ଶାହା

ସୋରଡ଼ା,୧୫ା୫: ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅମିତ ଶାହା ଦିନିକିଆ ଓଡ଼ିଶା ଗସ୍ତରେ ଆସି ଗଞ୍ଜାମ ଜିଲାର ସୋରଡ଼ାଠାରେ ଆୟୋଜିତ ଏକ ସମାବେଶରେ ଯୋଗ ଦେଇଥିଲେ। ଏଠାରେ ଶାହା ସିଧା ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ସେ ତାଙ୍କ ଅଭିଭାଷଣରେ କହିଥିଲେ, ନବୀନ ବାବୁଙ୍କ ଜିଲା ଗଞ୍ଜାମ ହୋଇଥିଲେ ମଧ୍ୟ ଏହି ଜିଲାର ବିକାଶ ହୋଇପାରିନାହିଁ। ଆମକୁ ଭୋଟ୍‌ ଦେଇ ଜିତାଇଲେ ଆମେ ଏହି ଜିଲାକୁ ୧ ନଂ କରିଦେବୁ।

Share