ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବୁନି, ଆମେ ମାଗି ଖିଆ ନୁହଁ ଯଦି ଦବ ତାହେଲେ …. କାହିଁକି ଏମିତି କହିଲେ ଖାଦ୍ୟଯୋଗାଣ ମନ୍ତ୍ରୀ 

ଭୁବନେଶ୍ୱର,୩୦।୧୧:ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବେନି ରାଜ୍ୟ ସରକାର। ପଶ୍ଚିମବଙ୍ଗ ଯଦି ନିଜ ଆଡୁ ଆଳୁ ପଠାଏ ତେବେ ରାଜ୍ୟ ସରକାର ରଖିବେ। ଓଡ଼ିଶା ନିଜ ଆଡୁ ଆଳୁ ମାଗିବନି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରି ଶନିବାର ସ୍ପଷ୍ଟ କରିଛନ୍ତି।
ମନ୍ତ୍ରୀ କହିଛନ୍ତି, ଆମେ ମାଗି ଖିଆ ନୁହଁ, ପଶ୍ଚିମବଙ୍ଗରେ କେବଳ ଆଳୁ ନାହିଁ । ଉତ୍ତରପ୍ରଦେଶରୁ ଆଜି ଆଳୁ ଆସିଛି । ବଜାରରେ ପର୍ୟ୍ୟାପ୍ତ ପରିମାଣର ଆଳୁ ରହିଛି। ଉତ୍ତରପ୍ରଦେଶରେ ୨୨ ଟଙ୍କାରେ ଆଳୁ ମିଳୁଛି, ଭଡ଼ା ୪ ଟଙ୍କା ପଡ଼ୁଛି ।
ତେବେ କେଉଁଠି ଯଦି ଚଢା ଦରରେ ବିକ୍ରି ହୁଏ ଚଢାଉ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଆଳୁ, ପିଆଜ, ମାଛ ଉତ୍ପାଦନ ବଢିବା ପାଇଁ ଯୋଜନା କରାଯାଉଛି । ବାଲେଶ୍ବର ଦେଇ ପଶ୍ଚିମବଙ୍ଗ ମାଛ ଯାଉଛି। ଆମେ ଚାହିଁଲେ ଦୁଇ ମିନଟ୍‌ରେ ବନ୍ଦ ହୋଇଯିବ ବୋଲି ଯୋଗାଣ ମନ୍ତ୍ରୀ  କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ମେଟ୍ରୋ ପ୍ରକଳ୍ପକୁୁ ନେଇ ଅପରାଜିତାଙ୍କ ବଡ଼ ସୂଚନା, କହିଲେ ୨୦୨୭ ଡିସେମ୍ବର ସୁଦ୍ଧା ପ୍ରଥମ…

ଭୁବନେଶ୍ବର,୩୦।୧୧: ଭୁବନେଶ୍ବର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଶିନବାର ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ସୂଚନା ଦେଇଛନ୍ତି। ୨୦୨୭ ଡିସେମ୍ବର ସୁଦ୍ଧା ପ୍ରଥମ ପର୍ଯ୍ୟାୟ ମେଟ୍ରୋ ପ୍ରକଳ୍ପ...

ବାଘ ମାରି ମାଂସ ଖାଇଲେ ଶିକାରୀ, ଗୁଳିଭର୍ତ୍ତି ବନ୍ଧୁକ ଜବତ, ବନ୍ଧାହେଲେ ୨

ଜି.ଉଦୟଗିରି,୩୦ା୧୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ରେଞ୍ଜ ଗମ୍ଭାରୀଗୁଡ଼ା ଏବଂ ମାଲାନସୁଗା ଅଞ୍ଚଳରୁ ଦୁଇ ଜଣ ବାଘ ଶିକାରୀକୁ ଗିରଫ କରି କୋର୍ଟଚାଲାଣ କରିଛି...

ହସ୍ପିଟାଲରେ ବିସ୍ଫୋରଣ: ଅନ୍ଧାରରେ ରହିଲେ ରୋଗୀ, ଜଣଙ୍କର ମୃତ୍ୟୁ

ବଲାଙ୍ଗୀର,୩୦ା୧୧(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଶୁକ୍ରବାର ରାତିରୁ ବିଜୁଳି ଯୋଗାଣ ବନ୍ଦ ରହିଛି। ଫଳରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା...

ଜଙ୍ଗଲରୁ ପୁଣି ମିଳିଲା ଏକ ମାଈ ହାତୀଛୁଆର ମୃତଦେହ, ଚିନ୍ତାରେ ପରିବେଶବିତ୍‌

କେନ୍ଦୁଝର,୩୦ା୧୧: କେନ୍ଦୁଝର ବନ ବିଭାଗ କର୍ମଚାରୀ ଶନିବାର ତେଲକୋଇ ରେଞ୍ଜ ଅଞ୍ଚଳରୁ ଏକ ୧୦ ବର୍ଷ ହାତୀର ମୃତଦେହ ଉଦ୍ଧାର କରିଛି। ଶନିବାର ସକାଳେ ତେଲକୋଇ...

ପୁଣି ବଢ଼ିଲା ମଧ୍ୟାହ୍ନ ଭୋଜନରେ ଖର୍ଚ୍ଚ: ଜାଣନ୍ତୁ କେତେ, କେବେଠୁ ଏହା ଲାଗୁ?

ଭୁବନେଶ୍ୱର,୩୦।୧୧: ପୁଣି ବଢ଼ିଲା ମଧ୍ୟାହ୍ନ ଭୋଜନରେ ଖର୍ଚ୍ଚ। ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନରେ ଖର୍ଚ୍ଚ  ୭ଟଙ୍କା ୬୪ ପଇସା ହେବ । ପୂର୍ବରୁ...

ଧମକ ପୂର୍ଣ୍ଣ ମେଲ୍‌ ପରେ ଭୁବନେଶ୍ବର ବିମାନବନ୍ଦରରେ ଅଜଣା ବ୍ୟାଗକୁ ନେଇ ବଢ଼ୁଛି ସନ୍ଦେହ

ଭୁବନେଶ୍ୱର,୩୦।୧୧: ଧମକ ପୂର୍ଣ୍ଣ ମେଲ୍‌ ପରେ ଭୁବନେଶ୍ବର ବିମାନବନ୍ଦରରେ ଅଜଣା ବ୍ୟାଗକୁ ନେଇ ସନ୍ଦେହ ବଢ଼ୁଛି। I ତେବେ ବ୍ୟାଗ୍‌ କାହାର ସେଥିରେ କ’ଣ ଅଛି...

ଧମକପୂର୍ଣ୍ଣ ମେଲ ପଛରେ କିଏ? କ୍ରାଇମବ୍ରାଞ୍ଚର ତନାଘନା: ଡିଜିପି କହିଲେ…

ଭୁବନେଶ୍ୱର,୩୦।୧୧: ଭୁବନେଶ୍ୱରରେ ଏବେ ଡିଜିପି ସମ୍ମିଳନୀ ଚାଲିଥିବା ବେଳେ ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଟାର୍ଗେଟ କରିଛି ଖଲିସ୍ତାନୀ ଆତଙ୍କୀ ପନ୍ନୁ। ଏହାକୁ ନେଇ ସମଗ୍ର ରାଜଧାନୀରେ...

ସେବାଶ୍ରମରେ ଚାଲିଗଲା ଛାତ୍ରୀଙ୍କ ଜୀବନ, କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କଲେ ପରିବାର ଲୋକେ

ରାୟଗଡ଼ା,୩୦ା୧୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ କରପା ସେବାଶ୍ରମର ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ହଷ୍ଟେଲରେ ଅସ୍ଥା ଗମ୍ଭୀର ହେବାରୁ କୋରାପୁଟ ସ୍ଥାନାନ୍ତର ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri