Categories: ଜାତୀୟ

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହା କହିଛନ୍ତି। ସେ ଅହମ୍ମଦାବାଦରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଚାଇନା ବିଷୟରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଭାରତ ଏବଂ ଚାଇନା ମଧ୍ୟରେ କଥାବାର୍ତ୍ତା ସୁରୁଖୁରୁରେ ଚାଲିଛି। ଭାରତ କେବେ ବି ମୁଣ୍ଡ ନୁଆଁଇବ କରିବ ନାହିଁ। ମୁଁ ଭାବୁଛି କଥାବାର୍ତ୍ତାର ଫଳାଫଳକୁ ଅପେକ୍ଷା କରିବା ଉଚିତ୍‌। ମୁଁ ଦେଶର ଲୋକଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଭାରତ କେବେ ବି କୌଣସି ସ୍ଥାନରେ ମୁଣ୍ଡ ନୁଆଁଇ ନାହିଁ।
ସେ କହିଛନ୍ତ, ୨୦୧୪ରେ ଆମେ ୬୦୦ କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି କରିଥିଲୁ କିନ୍ତୁ ଆଜି ୨୦୨୩-୨୪ରେ ଏହି ସଂଖ୍ୟା ୨୧ ହଜାର କୋଟି ଅତିକ୍ରମ କରିଛି। ମୁଁ କହିପାରେ ଯେ ଏହା ଆହୁରି ବୃଦ୍ଧି ପାଇବ। ପ୍ରତିରକ୍ଷା ସାମଗ୍ରୀ, କ୍ଷେପଣାସ୍ତ୍ର, ବୋମା, ଟ୍ୟାଙ୍କ କିମ୍ବା ଅନ୍ୟ କୌଣସି ଅସ୍ତ୍ର ହେଉ, କେବଳ ଭାରତରେ ଏବଂ ଭାରତୀୟଙ୍କ ଦ୍ୱାରା ପ୍ରସ୍ତୁତ କରାଯିବା ଉଚିତ ବୋଲି ମୋଦି ସରକାର ପ୍ରତିଶ୍ରୁତିବଦ୍ଧ।
ମେ ୨୦୨୦ରେ ଚାଇନାର ସାମରିକ ଆକ୍ରମଣ ଗଲୱାନ ଉପତ୍ୟକା ବିବାଦକୁ ବଢାଇ ଦେଇଥିଲା, ଯାହାକି ଦଶନ୍ଧି ମଧ୍ୟରେ ଭାରତ ଏବଂ ଚାଇନା ମଧ୍ୟରେ ସବୁଠାରୁ ଗୁରୁତର ସାମରିକ ବିବାଦ ଥିଲା।

Share