Posted inUncategorized

‘ମରିବୁ ପଛେ ଆମ ସ୍କୁଲ ଛାଡ଼ିବୁ ନାହିଁ’

ଭୁବନେଶ୍ୱର,୧୮ା୭ (ଅନୁରାଧା ମହାରଣା): ଆମ ସ୍କୁଲ୍‌ରେ ଆମେ ପଢ଼ିବୁ। ଅନ୍ୟ ସ୍କୁଲକୁ ଯିବୁ ନାହିଁ। ମରିବୁ ପଛେ କାହାକୁ ଆମ ସ୍କୁଲ ଛାଡ଼ିବୁ ନାହିଁ। ଏମିତି କିଛି ସ୍ଳୋଗାନ ଦେଇ ଭୁବନେଶ୍ୱର ୟୁନିଟ୍‌-୯ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସୋମବାର ସ୍କୁଲ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରମାଦେବୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ରମାଦେବୀ ଜୁନିୟର କଲେଜ ଅଲଗା ହୋଇ ୟୁନିଟ୍‌-୯ ବାଳିକା ବିଦ୍ୟାଳୟକୁ ସ୍ଥାନାନ୍ତର ହେବାକୁ ଯାଉଛି। ଏଥିପାଇଁ ଉକ୍ତ ବାଳିକା ଉଚ୍ଚ ବିଦ୍ୟାଳୟକୁ ୟୁନିଟ୍‌-୯ ବାଳକ ଉଚ୍ଚ ବିଦ୍ୟାଳୟରେ ମିଶ୍ରଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହାକୁ ବିରୋଧ କରି ଛାତ୍ରୀ, ଅଭିଭାବକ ଏବଂ ପୁରାତନ ଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ସ୍ଥିତି ଏପରି ହୋଇଥିଲା ଯେ, ୭ଜଣ ଛାତ୍ରୀ ଅଚେତ ହୋଇଯାଇଥିଲେ। ବିଳମ୍ବରେ ବ୍ଲକ ଶିକ୍ଷାଧିକାରୀ ସ୍କୁଲରେ ପହଞ୍ଚତ୍ ଆଲୋଚନା କରିବା ପରେ ପିଲାମାନେ ବିକ୍ଷୋଭକୁ ସାମୟିକ ସ୍ଥଗିତ ରଖିଛନ୍ତି।
ସୋମବାର ସକାଳ ପ୍ରାୟ ୯ଟା ହେବ। ଛାତ୍ରୀମାନେ ବହିବସ୍ତାନି ବଦଳରେ ହାତରେ ପ୍ଲାକାର୍ଡ ଧରି ୟୁନିଟ୍‌-୯ ବାଳିକା ଉଚ୍ଚ ବିଦ୍ୟାଳୟ ଆଗରେ ପହଞ୍ଚତ୍ଥିଲେ। ବହୁ ଛାତ୍ରୀଙ୍କ ସହ ସେମାନଙ୍କ ଅଭିଭାବକମାନେ ମଧ୍ୟ ରହିଥିଲେ। ବିଦ୍ୟାଳୟ ଫାଟକରେ ତାଲା ପକାଇ ସମ୍ମୁଖରେ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ‘ଆମେ ଅନ୍ୟ ବିଦ୍ୟାଳୟ ଯିବୁନି’ କହି ଛାତ୍ରୀମାନେ ଜିଦ୍‌ରେ ଅଡ଼ି ବସିଥିଲେ। ଫଳରେ ପ୍ରଧାନଶିକ୍ଷୟିତ୍ରୀଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ ଓ କର୍ମଚାରୀ ବିଦ୍ୟାଳୟ ଭିତରକୁ ଯାଇପାରି ନ ଥିଲେ। ପିଲାଙ୍କର ଏକମାତ୍ର ଦାବି ରହିଥିଲା, ସେମାନେ ନିଜ ସ୍କୁଲ ଛାଡ଼ି ଅନ୍ୟତ୍ର ପଢ଼ିବାକୁ ଯିବେ ନାହିଁ। ୧୯୬୭ରେ ସ୍ଥାପିତ ଏହି ବିଦ୍ୟାଳୟରେ ଅନ୍ୟ ଶିକ୍ଷାନୁଷ୍ଠାନ ମିଶ୍ରଣ କରାଯାଉ, ମାତ୍ର ସେମାନଙ୍କୁ ଉକ୍ତ ବିଦ୍ୟାଳୟରେ ପାଠପଢ଼ିବାରୁ ବଞ୍ଚତ୍ତ କରା ନ ଯାଉ। ବାଳିକା ଉଚ୍ଚ ବିଦ୍ୟାଳୟରେ ବାଳିକାମାନେ ସ୍ବଚ୍ଛନ୍ଦରେ ଚଳପ୍ରଚଳ କରିବା ସହ ଗୁଣାମତ୍କ ଶିକ୍ଷା ପାଇପାରୁଛନ୍ତି। ମାତ୍ର ୟୁନିଟ୍‌-୯ ବାଳକ ଉଚ୍ଚ ବିଦ୍ୟାଳୟରେ ମିଶ୍ରଣ ହେବା ଫଳରେ ସେମାନେ ପାଉଥିବା ଅନେକ ସୁବିଧାରୁ ବଞ୍ଚତ୍ତ ହେବେ ବୋଲି ଛାତ୍ରୀମାନେ କହିଛନ୍ତି। ତେବେ ବିଦ୍ୟାଳୟ ଆଗରେ ଏଭଳି ଭିନ୍ନ ଦୃଶ୍ୟ ରାସ୍ତାରେ ଯାଉଥିବା ଲୋକଙ୍କୁ ସେଠାକୁ ଟାଣି ନେଇଥିଲା। ଛାତ୍ରୀଙ୍କ ଦାବି ଓ ଆନ୍ଦୋଳନକୁ ବହୁ ସମର୍ଥନ ମିଳିଥିଲା। ଫଳରେ ସମୟ ଗଡ଼ିବା ସହ ବିରୋଧର ସ୍ବର ଆହୁରି ତେଜିଥିଲା। ଗୁଳୁଗୁଳିରେ ଆନ୍ଦୋଳନରତ ଅନେକ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୭ଜଣ ଛାତ୍ରୀଙ୍କୁ ଆମ୍ବୁଲାନ୍ସ, ପ୍ରେସ୍‌ ଗାଡି ଓ ସ୍କୁଟିରେ କ୍ୟାପିଟାଲ ହସ୍‌ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ୫ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିବାବେଳେ ୨ଜଣଙ୍କୁ ଆଡ୍‌ମିଶନ କରାଯାଇଥିଲା। ସୁସ୍ଥ ହେବା ପରେ ଉଭୟ ସନ୍ଧ୍ୟାରେ ଘରକୁ ଫେରିଥିବା ଜଣାପଡ଼ିଛି। ତେବେ ପରିସ୍ଥିତି ଅଣାୟତ୍ତ ହେବା ପରେ ବ୍ଲକ୍‌ ଶିକ୍ଷାଧିକାରିଣୀ(ବିଇଓ) ପ୍ରଜ୍ଞାପାରମିତା ଜେନା ଘଟଣାସ୍ଥଳରେ ପହଞ୍ଚତ୍ ପିଲାଙ୍କୁ ବୁଝାଶୁଝା କରିଥିଲେ। ପରେ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା। ଅନ୍ୟପଟେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସତ୍ୟବ୍ରତ ପରିଡ଼ାଙ୍କ ସମେତ ଅନ୍ୟମାନେ ବିଇଓଙ୍କ ସହ ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ। ଆଲୋଚନା ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅମ୍ବିକା ହରିଚନ୍ଦନ ଓ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ତେବେ ଆସନ୍ତା ୪ରୁ ୫ଦିନ ମଧ୍ୟରେ ଏଦିଗରେ ପୁନର୍ବିଚାର କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ବିଇଓ ଆଶ୍ୱାସନା ଦେଇଛନ୍ତି। କିନ୍ତୁ ଏହି ନିଷ୍ପତ୍ତି ଛାତ୍ରୀଙ୍କ ହିତରେ ନ ଆସିଲେ ପୁଣିଥରେ ଛାତ୍ରୀ ଓ ଅଭିଭାବକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଖବରପାଇ ଜଟଣୀ ବିଧାୟକ ସୁର ରାଉତରାୟ, ସ୍ଥାନୀୟ କର୍ପୋରେଟର ଅପରୂପ ନାରାୟଣ ରାଉତ ପହଞ୍ଚତ୍ ଛାତ୍ରୀଙ୍କୁ ବୁଝାଶୁଝା କରିଥିବାବେଳେ ପରିଚାଳନା କମିଟି ସଦସ୍ୟ, ଅଭିଭାବକ ତଥା ପୁରାତନ ଛାତ୍ରୀ ଉପସ୍ଥିତ ଥିଲେ। ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା ପାଇଁ ପୋଲିସ ମଧ୍ୟ ଉପସ୍ଥିତ ରହିଥିଲା।
ଅନ୍ୟପଟେ ପରୀକ୍ଷା ଆଉ ଅଳ୍ପଦିନ ରହିଥିବାବେଳେ ପିଲାମାନେ ପାଠପଢ଼ା ପରିବର୍ତ୍ତେ ଆନ୍ଦୋଳନକୁ ଓହ୍ଲାଇବା ପ୍ରସଙ୍ଗକୁ ନେଇ ଶିକ୍ଷାବିତ୍‌ଙ୍କ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ବିଦ୍ୟାଳୟ ମିଶ୍ରଣକୁ ବିଭିନ୍ନ ମହଲରେ ବିରୋଧ କରାଯାଉଥିବାବେଳେ ପିଲାମାନେ ଏହାଦ୍ୱାରା ମାନସିକ ଚାପରେ ରହିବେ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣ ପୂର୍ବରୁ ମିଶୋରେ ୮.୫ ଲକ୍ଷ ନୂଆ ନିଯୁକ୍ତି

ଭୁବନେଶ୍ୱର,୭।୯ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ପାର୍ବଣ ପୂର୍ବରୁ ମିଶୋ ପ୍ରାୟ ୮.୫ ଲକ୍ଷ ନୂଆ ନିଯୁକ୍ତି (ଋତୁକାଳୀନ ଚାକିରି) ଦେବ...

ହୋଟେଲ ବାଥ୍‌ରୁମ୍‌ରେ ମହିଳାଙ୍କ ଭିଡିଓ କରୁଥିଲେ ଇଞ୍ଜିନିୟର, ପଡ଼ିଗଲେ ଧରା

ଭୁବନେଶ୍ୱର,୫ା୯: ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକ ହୋଟେଲ ବାଥ୍‌ରୁମ୍‌ରେ ବୁଧବାର ଜଣେ ମହିଳା ଗାଧୋଉଥିବା ବେଳେ ଏହାର ଭିଡିଓ ଶୁଟ୍‌ କରି ଜଣେ...

ପ୍ୟାରିସ୍‌ ପାରାଲିମ୍ପିକ୍ସ: ଫାଇନାଲରେ ନୀତେଶ କୁମାର,ପଦକ ପକ୍କା କଲେ ମନୀଷା-ତୁଳସୀମତି

ପ୍ୟାରିସ୍‌,୧ା୯: ପ୍ୟାରିସ୍‌ରେ ଚାଲିଥିବା ପାରାଲିମ୍ପିକ୍ସ ୨୦୨୪ରେ ଭାରତୀୟ ପାରା ଶଟଲରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ରବିବାର ଏସ୍‌ଏଲ୍‌ ୩ ବର୍ଗର ଫାଇନାଲରେ ପ୍ରବେଶ କରିବା...

ନରାକାସ୍‌ ଭୁବନେଶ୍ବରର ୫୬ତମ ଅର୍ଦ୍ଧବାର୍ଷିକ ବୈଠକ

ଭୁବନେଶ୍ୱର,୩୦।୮ (ଅଭୟ ଦାଶ): ଦେଶର ପ୍ରମୁଖ ପ୍ରତିଷ୍ଠାନ ତଥା ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି (ନରାକାସ୍‌/ବ୍ୟାଙ୍କ) ଭୁବନେଶ୍ବରର ୫୬ତମ ଅର୍ଦ୍ଧବାର୍ଷିକ ବୈଠକ ଗୁରୁବାର ଭାରତୀୟ ଷ୍ଟେଟ...

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଇଡି ନିର୍ଦ୍ଦେଶକ

ଭୁବନେଶ୍ୱର,୨୭।୮(ସତ୍ୟଜିତ୍‌ ରାଉତ):ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିର୍ଦ୍ଦେଶକ ରାହୁଲ ନବୀନ। ଅଗଷ୍ଟ ୨୭ରୁ ୨୯ତାରିଖ ଯାଏ ସେ ଓଡ଼ିଶାରେ...

ବିଜେଡି ଜିଲା ପରିଷଦ ସଦସ୍ୟାଙ୍କ ନାଁରେ ଏତଲା: ସୁଜାତା ପାଣ୍ଡିଆନଙ୍କ ଭାଇର ପରିଚୟ ଦେଇ…

ମାଲକାନଗିରି,୨୬।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ବିଜେଡି ଜିଲା ପରିଷଦ ସଦସ୍ୟାଙ୍କ ନାଁରେ ଏତଲା । ଜିଲା ପରିଷଦ ସଦସ୍ୟା ସସ୍ମିତା ମାଝୀଙ୍କ ସହ ଅନ୍ୟ ୨ ଜଣଙ୍କ...

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର,୨୫।୮: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ରବିବାର ଦକ୍ଷିଣ ବାଂଲାଦେଶ ଏବଂ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏନେଇ ପାଣିପାଗ...

ବିରାଟ ଗଛ ପାଇଲା ନୂଆ ରୂପ

ଭର୍ଜିନିଆର ୧୦୦ ଏକରବିଶିଷ୍ଟ ଆର୍ଟ ଆଣ୍ଡ ନେଚର ପାର୍କରେ ଦେଖିବାକୁ ମିଳେ ଏକ ଅଜବ ଦୃଶ୍ୟ। ପ୍ରକୃତି ଓ କଳା କାରିଗରିର ଅଦ୍ଭୁତ ମିଶ୍ରଣ ଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri