Categories: ଜାତୀୟ

‘ଉତ୍ତରପ୍ରଦେଶରେ ଭାଜପାକୁ ହଟାଇବୁ’

ଲକ୍ଷ୍ନୌ,୪।୩: ଉତ୍ତରପ୍ରଦେଶରେ ଭାଜପାକୁ ନିଶ୍ଚିତ ହଟାଇବୁ। ଦରକାର ପଡିଲେ ସମାଜବାଦୀ ପାର୍ଟି (ଏସପି)ସହ ମିଶିବୁ ବୋଲି ଆମ ଆଦମୀ ପାର୍ଟି (ଏଏପି) ନେତା ସଞ୍ଜୟ ସିଂ କହିଛନ୍ତି। ଉତ୍ତରପ୍ରଦେଶ ବିଧାନସଭା ଶେଷ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୭ରେ ହେବ। ୧୦ରେ ଫଳାଫଳ ପ୍ରକାଶ ପାଇବ। ସଞ୍ଜୟ ସିଂ କହିଛନ୍ତି, ‘ପଞ୍ଜାବରେ ଏଏପି ସରକାର ଗଠନ କରିବାକୁ ଯାଉଛି। ଉତ୍ତରପ୍ରଦେଶ ଏବଂ ଗୋଆରେ ମଧ୍ୟ ଦଳ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି।

Share