‘ସ୍ବାସ୍ଥ୍ୟମନ୍ତ୍ରୀ ଯେଉଁଠିକୁ ଯିବେ ସେଠାରେ କଳାପତାକା ଦେଖାଇବୁ’

ଝାରସୁଗୁଡ଼ା ଅଫିସ,୨୨ା୨: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ  ଝାରସୁଗୁଡ଼ା ପୌର ପରିଷଦ ୧୩ନଂ ଓ୍ବାର୍ଡ ବାଲିଯୋରୀ ଗ୍ରାମରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ଯାଉଥିବାବେଳେ ଜିଲା କଂଗ୍ରେସ କର୍ମକର୍ତ୍ତା କଳାପତାକା ପ୍ରଦର୍ଶନ କରିଥିଲେ। ଏ ନେଇ କଂଗ୍ରେସ ଜିଲା ସଭାପତି ଭରତ ଅଗସ୍ତୀ କହିଛନ୍ତି, ଜିଲାରେ ମାତ୍ରାଧିକ ପ୍ରଦୂଷଣ, ବେକାର ସଂଖ୍ୟା ବୃଦ୍ଧି, ସ୍ବାସ୍ଥ୍ୟସେବା ଓ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି। ଫଳରେ ଜିଲା କଂଗ୍ରେସ ନିଷ୍ପତ୍ତି ନେଇଛି ସ୍ବାସ୍ଥ୍ୟମନ୍ତ୍ରୀ ଯେଉଁ କାର୍ଯ୍ୟକ୍ରମକୁ ଯିବେ ସେଠାରେ ଦଳ ପକ୍ଷରୁ ବିରୋଧ ଜାରି ରହିବ। ପୂର୍ବରୁ ଗତ ୩ତାରିଖରେ ମନ୍ତ୍ରୀ ଦାସ ବେଲପାହାଡ଼ ଯାଉଥିବାବେଳେ କଂଗ୍ରେସ ପକ୍ଷରୁ କଳାପତାକା ଦେଖାଯାଇଥିଲା।