ତାଇପେ,୬।୩ : ଲଗାତର ଚାଇନା ତାଇଓ୍ବାନର ଆକାଶ ମାର୍ଗ ସୀମା ଉଲ୍ଲଂଘନ କରିବାରେ ଲାଗିଛି। ଏନେଇ ଏବେ ତାଇଓ୍ବାନ ଚାଇନାକୁ ଚେତାବନୀ ଦେଇଛି। ତାଇଓ୍ବାନ କହିଛି ଆମେ ଆତ୍ମରକ୍ଷା ସହିତ ପାଲଟା ଆକ୍ରମଣ ମଧ୍ୟ କରିବୁ। ତେଣୁ ଅନ୍ତର୍ଜାତୀୟ ସୀମାରେ ଚାଇନା ସେନା ନିଜର କାର୍ଯ୍ୟରୁ କ୍ଷାନ୍ତ ହେବା ଜରୁରୀ ବୋଲି ତାଇଓ୍ବାନ କହିଛି।
ତାଇଓ୍ବାନର ପ୍ରତିରକ୍ଷା ମନ୍ତ୍ରୀ ଚିଓ କୁଓ ଚେଙ୍ଗ ସୋମବାର ଚାଇନା ଉଦ୍ଦେଶ୍ୟରେ ଏଭଳି ମନ୍ତବ୍ୟ ପ୍ରଦାନ କରିଛନ୍ତି।
ଚାଇନା ଜାଣିଶୁଣି ତାଇଓ୍ବାନର ସାମୁଦ୍ରିକ ଏବଂ ଆକାଶ ମାର୍ଗରେ ଅନୁପ୍ରବେଶ କରୁଛି। ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହେଉଛି। ଚାଇନା ନିଜର ଶକ୍ତି ପ୍ରଦର୍ଶନକୁ ଗୁରୁତ୍ୱ ଦେଉଛି। ଏଭଳି କରି ତାଇଓ୍ବାନକୁ ଚାଇନା ଭୟଭୀତ କରି ପାରିବ ନାହିଁ ବୋଲି ସେ କହିଛନ୍ତି।
ଆମେ କାହାପ୍ରତି ଶତ୍ରୁତା ମନୋଭାବ ରଖି ନାହିଁ। ମାତ୍ର ଆମ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନକୁ କେବେ ମଧ୍ୟ ସହ୍ୟ କରାଯିବ ନାହିଁ। ଆମେ ଏହାର ଉପଯୁକ୍ତ ଜବାବ ଦେବୁ।