‘କୃଷକ, ଗରିବଙ୍କ ସମସ୍ୟା ନେଇ ଲୋକଙ୍କ ପାଖକୁ ଯିବୁ’

ପାଟଣା,୧୩।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଆନ୍ଦେଶ୍ୱର ଶିବ ମନ୍ଦିର ନିକଟ କଲ୍ୟାଣ ମଣ୍ଡପରେ ଶୁକ୍ରବାର ଏକ ବ୍ଲକ ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ବ୍ଲକ ସଭାପତି ରାଜବଲ୍ଲଭ ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସମ୍ପାଦକ ଉମାକାନ୍ତ ଭାରତ, ସମ୍ମାନୀତ ଅତିଥିଭାବେ ଜିଲା ସଭାପତି ଲକ୍ଷ୍ମୀଧର ପ୍ରଧାନ, ଜିଲା କାର୍ଯ୍ୟକାରୀ ସଭାପତି ଖଗେଶ୍ୱର ମହାନ୍ତ, ମହିଳା ମୋର୍ଚ୍ଚା ଜିଲା ସଭାପତି ବିଳାସିନୀ ମହାନ୍ତ, ରାଜ୍ୟ ବିଶ୍ୱ ଆଦିବାସୀ ସଂଗଠନ ରାଜ୍ୟ ସଭାପତି ସୁଦର୍ଶନ ଲୋହାର ପ୍ରମୁଖ ଉପସ୍ଥିତ ରହି ୨୦୨୪ ସାଧାରଣ ନର୍ବାଚନରେ ମୋଦଳ ୧୪୭ ବିଧାନସଭା କ୍ଷେତ୍ରରେ ପ୍ରାଥୀ ଦେବା ସହ ୨୧ ସଂସଦୀୟ କ୍ଷେତ୍ରରେ ପ୍ରାର୍ଥୀ ଦେବ ବୋଲି କହିଥିଲେ। ମୁଖ୍ୟ ଅତିଥି ଭାରତ ମୋଦଳ ଗରିବ, ଖଟିଖିଆ, ଚାଷୀ ଏବଂ ଶ୍ରମିକଙ୍କ ସ୍ବାର୍ଥ ପାଇଁ ସଂଗ୍ରାମ ଜାରି ରଖିବ। ଆଗାମୀ ନିର୍ବାଚନରେ ଦଳ ଆଶାତୀତ ସଫଳତା ପାଇବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ କୃଷକ ନେତା ରମାକାନ୍ତ ମହାନ୍ତ, ଜିତେନ୍ଦ୍ର ମିଶ୍ର, ସନାତନ ମହାନ୍ତ, ରାଜେନ୍ଦ୍ର ମହାନ୍ତ ପ୍ରମୁଖଙ୍କ ସହ ଶତାଧିକ କର୍ମୀ ଉପସ୍ଥିତି ଥିଲେ।

Share