ଦୁର୍ବଳ ମୌସୁମୀ ଚାଷୀଙ୍କ ଚିନ୍ତା ବଢ଼ାଉଛି

ଖୋର୍ଦ୍ଧା,୪ା୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାରେ ବର୍ଷା ଅଭାବରୁ ଚାଷଜମି ଫାଟି ଆଁ କଲାଣି। ମୌସୁମୀ ଆଗମନରେ ବିଳମ୍ବ, ସ୍ବଳ୍ପ ବୃଷ୍ଟି କାରଣରୁ ବୁଣାଯାଇଥିବା ଧାନ ଗଜାମରୁଡ଼ି ହେବା ସହ ଅଦ୍ୟାବଧି ଅନେକ ସ୍ଥାନରେ ଧାନତଳି ପକାଯାଇପାରିନାହିଁ। ଶୁଖିଲା ବିଲକୁ ଦେଖି ଚାଷୀକୁଳ ଏବେ ମୁଣ୍ଡରେ ହାତ ବସିଛି। ଜୁନ୍‌, ଜୁଲାଇରେ ସ୍ବାଭାବିକ ବର୍ଷାଠାରୁ ଯଥେଷ୍ଟ କମ୍‌ ପରିମାଣ ବର୍ଷା ହୋଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡିଛି। ଗତ ତିନିଦିନ ହେବ ଲଘୁଚାପ ବର୍ଷା ଚାଷୀଙ୍କ ପାଇଁ ଆଶ୍ୱସ୍ତି ଆଣିଛି। ତେବେ ଏହା ଯଥେଷ୍ଟ ନୁହଁ। ଧାନ ବେଉଷଣ ଏବଂ ରୁଆପୋତା ସମୟରେ ସ୍ବଳ୍ପ ବୃଷ୍ଟି ଚାଷୀଙ୍କ ସମସ୍ୟା ବଢାଇଛି। ଅନ୍ୟପଟେ ଗତ ୩୧ ତାରିଖରୁ ଜିଲା କୃଷି ଏବଂ ମୃତ୍ତିକା ସଂରକ୍ଷଣ ବିଭାଗୀୟ କର୍ମଚାରୀ ବିଭିନ୍ନ ଦାବି ନେଇ କୃଷି କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିବା ବେଳେ କାର୍ଯ୍ୟବନ୍ଦ କରିଛନ୍ତି। କୃଷି ଅଧିକାରୀ, କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ଚାଷୀ ଯୋଗାଯୋଗ କରି ନ ପାରି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
କୃଷି ବିଭାଗର ସୂଚନା ପ୍ରକାରେ, ଜିଲାରେ ଚଳିତବର୍ଷ ୧ଲକ୍ଷ ୨୦ହଜାର ୧୫୦ହେକ୍ଟର ଚାଷଜମି ରହିଛି। ଚଳିତ ଖରିଫ ଋତୁରେ ୧ ଲକ୍ଷ ୩ ହଜାର ୧୬୦ ହେକ୍ଟର ଜମିରେ ଧାନ ଫସଲ ହେବ। ତନ୍ମଧ୍ୟରୁ ୧୭ହଜାର ୪୭୫ ହେକ୍ଟର ଢିପ, ୪୩ହଜାର ୩୩୮ ହେକ୍ଟର ସମତୁଲ ଜମି ଏବଂ ଅବଶିଷ୍ଟ ୪୮,୮୦୭ ହେକ୍ଟର ତଳିଆ ଜମିରେ ଖରିଫ ଧାନ ଫସଲ ଅମଳ ଲକ୍ଷ୍ୟ ରହିଥିବା ବେଳେ ୨ହଜାର ହେକ୍ଟର ଜମିରେ ଅଣଧାନ ଚାଷ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି। ସେହିପରି ଦୟା, ମଲାଗୁଣୀ ଆଦି ନଦୀ ଦ୍ୱାରା ୨୧,୦୯୦ ହେକ୍ଟର ଚାଷଜମିକୁ ଜଳସେଚନ ବ୍ୟବସ୍ଥା ରହିଥିବା ବେଳେ କେନାଲ ଦ୍ୱାରା ୬୮୧୫ହେକ୍ଟର ଜମି, ଉଠାଜଳସେଚନ ଦ୍ୱାରା ୩୩୧୭ ହେକ୍ଟର, ନଳକୂପ ଜରିଆରେ ୭୩୦ ହେକ୍ଟର ଏବଂ ଅନ୍ୟାନ୍ୟ ପ୍ରାକୃତିକ ଉତ୍ସ ଦ୍ୱାରା ୧୫୯ ହେକ୍ଟର ଚାଷଜମିକୁ ଜଳସେଚିତ ହୋଇଥାଏ। ଜିଲା ବ୍ୟାପୀ ପ୍ରାୟ ୫୬,୭୨୧ ହେକ୍ଟର ଚାଷଜମିକୁ ଜଳସେଚନର ସୁବିଧା ରହିଥିବା କୃଷି ବିଭାଗ ପକ୍ଷରୁ ଜଣାପଡିଛି। ତେବେ ଏବେ ବି ଢିପ ଜମି ପଡିଆ ପଡିରହିଛି। ଫଳରେ ଚାଷୀ ଚିନ୍ତାରେ ପଡିଛି। ବ୍ୟାଙ୍କରୁ ଋଣ କରି ଭଲ ଫସଲ ଅମଳ ପାଇଁ ଆଶା କରିଥିବା ଚାଷୀ ଚିନ୍ତାରେ ପଡିଛି।
ନବ ନିର୍ମାଣ କୃଷକ ସଙ୍ଗଠନ ଚାଷୀ ନେତା ସୁରେଶ ମାନସିଂ କହିଛନ୍ତି, ଗତ ଦୁଇବର୍ଷ ହେବ ସ୍ବାଭାବିକଠାରୁ କମ୍‌ ବର୍ଷା, ଅନାବୃଷ୍ଟି ଯୋଗୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଗଜା ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଚାଷୀ ଚାଷ କରିଥିବା ବେଳେ ଅମଳ ସମୟରେ ଲଘୁଚାପ ବର୍ଷା, ବନ୍ୟା ଓ ବାତ୍ୟା ଯୋଗୁ ବିଲରେ ପାଣି ଜମିରହିବାରୁ ପାଚିଲା ଧାନ ପଚିଶଢି ନଷ୍ଟ ହୋଇଥିଲା। ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ। ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସମାନ ଦୃଶ୍ୟ ରହିଛି। ସେହିପରି ଯୁବ ଚାଷୀ ନେତା ଏମ. ମହମ୍ମଦ ଅଲ୍ଲୀ କହିଛନ୍ତି, କେନାଲରେ ପାଣି ନାହିଁ। ମଲାଗୁଣି ଓ ରାଜୁଆ ବ୍ୟାରେଜରେ ପାଣି ନାହିଁ। ପ୍ରତିବର୍ଷ ଚାଷୀ ଏନେଇ ହୋହଲ୍ଲା କରୁଛନ୍ତି। ଜଳସେଚନ ଏବଂ ଜିଲା ପ୍ରଶାସନକୁ ଦାବିପତ୍ର ଦେଉଛନ୍ତି। ତେବେ ପ୍ରତିଶ୍ରୁତି ମିଳୁଛି, ହେଲେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ଚାଷୀ ପ୍ରତିବର୍ଷ ଚାଷୀ କ୍ଷତି ସହୁଛନ୍ତି। ଏହାର ସ୍ଥାୟୀ ପ୍ରତିକାର ପାଇଁ ବାରମ୍ବାର ଦାବି ସତ୍ତ୍ୱେ ରାଜନୈତିକ ଇଚ୍ଛାଶକ୍ତି ଏବଂ ପ୍ରଶାସନିକ ଅବହେଳା ଏଥିରେ ବାଧକ ସାଜିଛି। ଉଇଲକିଶନ ନଗର ଚାଷୀ ଗୋପାଳ ପ୍ରଧାନ କହିଛନ୍ତି, ଜୁନ ମାସରେ ତଳିପକା ଯାଇ ଜୁଳାଇରେ ଧାନରୁଆ କାମ ସରିଥିଲା। ତେବେ ଚଳିତବର୍ଷ ସ୍ବାଭାବିକଠାରୁ କମ୍‌ ବର୍ଷା ଯୋଗୁ ଦୁଇଥର ବିହନ ବୁଣାଯାଇଛି। ବର୍ଷାର ଦେଖା ନ ଥିବାରୁ ଜମି ଫାଟି ଆଁ କଲାଣି। ଭାଜପା କୃଷକ ନେତା ଶ୍ରୀରଞ୍ଜନ ମଙ୍ଗରାଜ କହିଛନ୍ତି, ଚାଷୀ ପ୍ରତିବର୍ଷ ସ୍ବଳ୍ପ ବୃଷ୍ଟି, ବନ୍ୟା ବାତ୍ୟା ଯୋଗୁ କ୍ଷତି ସହୁଛି। ସରକାର କେବଳ ଘୋଷଣା, ଭାଷଣବାଜିରେ ସୀମିତ ରହିଛନ୍ତି। ରାଜ୍ୟ ସରକାର ଚାଷଜମିକୁ ଜଳସେଚନ ପାଇଁ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରନ୍ତୁ। ୫-ଟି ସଚିବ ଜିଲା ଗସ୍ତ ବେଳେ ଚାଷୀଙ୍କ ସମସ୍ୟା କଥା ମଧ୍ୟ ବୁଝନ୍ତୁ, ବାସ୍ତବ ଚିତ୍ର ଜାଣିପାରିବେ ବୋଲି ମଙ୍ଗରାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନଓ୍ବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣା: କର୍ମୀଙ୍କ ସହ କଥା ହୋଇ ଉପମୁଖ୍ୟମନ୍ତ୍ରୀ କହିଲେ…

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ବାଲିଆପାଳ ବ୍ଲକ ଅନ୍ତର୍ଗତ ମହାପଦା ଅଙ୍ଗନଓ୍ବାଡ଼ି କେନ୍ଦ୍ର କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼...

ନଦୀ ପାର୍‌ ହେଉଥିବାବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ ବୃଦ୍ଧ, ଆଜି ମିଳିଲା ମୃତଦେହ

ତୁମୁଡ଼ିବନ୍ଧ,୨୨ା୯(ଦୀପକ କୁମାର ପରସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିଗଡ଼ ପଞ୍ଚାୟତର କାଣ୍ଡାମ ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା। ନଦୀରେ ଭାସିଯାଇ ଜଣେ...

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରି ଜେଲ୍‌ ଗଲେ ଦମ୍ପତି

ବ୍ରହ୍ମପୁର,୨୨ା୯(ସୁବାସ ଚନ୍ଦ୍ର ପାଢ଼ୀ): ଏକ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାର ବିଚାର କରି ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଡ. ଅରୁଣ କୁମାର ସାହୁ...

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଅଦ୍ଭୁତ ମାଛ, ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼, କେଜି ଏତିକି ଟଙ୍କାରେ ହେଲା ବିକ୍ରି

ଭୋଗରାଇ,୨୨ା୯(ପ୍ରଦୀପ ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ରାଜ୍ୟ ଦୀଘା ମୁହାଣରେ ବଙ୍ଗୀୟ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛନ୍ତି ଲକ୍ଷାଧିକ ଟଙ୍କାର ତେଲିଆ ଶିଳା ମାଛ। ଦୀଘା ମୁହାଣକୁ...

ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଚାଲିଗଲା ଜଣଙ୍କ ଜୀବନ

ଲାଞ୍ଜିଗଡ଼,୨୨ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡ଼ା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଅନ୍ୟ...

ଓଡ଼ିଶାରେ ଜନ ଭାଗୀଦାରିରେ ଚାଲୁଛି ସରକାର: ଉପମୁଖ୍ୟମନ୍ତ୍ରୀ

ଜଗତ୍‌ସିଂହପୁର,୨୨।୯ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିସରରେ ଶନିବାର ରାଜ୍ୟର ଭାଜପା ସରକାରଙ୍କ ୧୦୦ ଦିନ ଉପଲକ୍ଷେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।...

ନିମନ୍ତ୍ରଣ ପତ୍ରରେ ନ ଥିଲା ନାଁ, ଉଦ୍‌ଘାଟନ ଘୁଞ୍ଚିଲା

ସୋନପୁର,୨୧।୯(ମୃତ୍ୟୁଞ୍ଜୟ ଶତପଥୀ): ଓମ୍‌ଫେଡ୍‌ର ସୋନପୁର ଡେଏରୀ ପ୍ଲାଣ୍ଟ (ଦୁଗ୍ଧ କାରଖାନା) ଉଦ୍‌ଘାଟନ ଉତ୍ସବସ୍ଥଳ ଶନିବାର ରଣକ୍ଷେତ୍ର ପାଲଟିଥିଲା। ନିମନ୍ତ୍ରଣ ପତ୍ରରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ...

ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଜାଲ୍‌ ଚିଠି

କଟକ,୨୨ା୯(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ଚିଠି ପ୍ରେରଣ କରାଯାଇଛି। ଉକ୍ତ ଚିଠିରେ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟସେବା କେନ୍ଦ୍ରର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri