ଭୁବନେଶ୍ୱର,୧୦।୮(ବ୍ୟୁରୋ): ଦୁର୍ବଳ ହେଲା ଅବପାତ। ବୁଧବାର ସକାଳ ୫.୩୦ ସମୟରେ ଅବପାତ ଛତିଶଗଡ ଏବଂ ପାର୍ଶବର୍ତ୍ତୀ ପୂର୍ବ ମଧ୍ୟପ୍ରଦେଶ ଉପରେ ଦୁର୍ବଳ ହୋଇ ଗୋଟିଏ ସୁଦୃଶ-ଲଘୁଚାପ କ୍ଷେତ୍ର ଭାବେ ସକ୍ରିୟ ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପଟେ, ସୁଦୃଶଃ ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪.୩ ମିମି ବର୍ଷା ହୋଇଛି। ଯାହା ସ୍ବାଭାବିକ ବର୍ଷା ୧୦ମିମି ତୁଳନାରେ ୨୪୩% ଅଧିକ ତଥା ଗଞ୍ଜାମ ଜିଲାରେ ୫ ସ୍ଥାନରେ ଅତି ପ୍ରବଳ ହୋଇଥିବା ଜଣାପଡିଛି। ସେହିପରି ୭ ସ୍ଥାନରେ ପ୍ରବଳ ବର୍ଷା ସହ ହାରାହାରି ୯୦.୫ ମିମି ବର୍ଷା ରେକର୍ଡ ହୋଇଛି ଯାହା ସ୍ବାଭାବିକ ବର୍ଷା ୭ମିମି ତୁଳନାରେ ୧୧୯୩% ଅଧିକ ରହିଛି।