ଏପରି ଲୋକଙ୍କ ପାଖ ମାଡ଼ନ୍ତିନି ଧନଦେବୀ ମା’ ଲଷ୍ମୀ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ମାନବ ଜୀବନ ସହ ଜଡ଼ିତ ଅନେକକଥା ବିଷୟରେ ଉଲ୍ଲେଖ କରିଛନ୍ତି। ଯାହା ମାଧ୍ୟମରେ ଜଣେ ବ୍ୟକ୍ତି ତାଙ୍କ ଜୀବନକୁ ସରଳ ଏବଂ ସଫଳ କରିପାରିବ। ଚାଣକ୍ୟଙ୍କଏହି ନୀତିରେ ଲୋକଙ୍କ ଅଭ୍ୟାସ ବିଷୟରେ କୁହାଯାଇଛି ଯାହାକୁ ଧ୍ୟାନଦେବା ଆବଶ୍ୟକ। ତାଙ୍କ ଅନୁଯାୟୀ, ଧନୀ ହେବା ପାଇଁ କେଉଁ କାର୍ଯ୍ୟକଳାପଠୁ ଦୂରେଇ ରହିବା ଜାଣନ୍ତୁ ସେ ସମ୍ପର୍କରେ …

ଯେଉଁମାନେ ପରିଷ୍କାର ରୁହନ୍ତି ନାହିଁ ଏବଂ ମଇଳା ପୋଷାକ ପିନ୍ଧନ୍ତି, ସେମାନଙ୍କୁ ପାଖରେ ଲକ୍ଷ୍ମୀଙ୍କ ରହନ୍ତି ନାହିଁ। ସମାଜରେ ସେମାନଙ୍କୁ ସମ୍ମାନ ମିଳେ ନାହିଁ। ଧନୀ ହେବା ଏବଂ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ସଫାସୁତରାରହିବା ଆବଶ୍ୟକ।

ଦାନ୍ତ ସଫା ନ କରୁଥିବା ବ୍ୟକ୍ତିଙ୍କୁ ଦାରିଦ୍ର୍ୟର ସାମ୍ନା କରିବାକୁ ପଡିବ। ଲକ୍ଷ୍ମୀଙ୍କ କୃପା ସେହି ବ୍ୟକ୍ତିଙ୍କ ଉପରେ ରହିଥାଏ ଯାହାର ଦାନ୍ତ ସଫାଥାଏ।

ଅଧିକ ଖାଦ୍ୟ ଖାଉଥିବା ବ୍ୟକ୍ତି କଦାପି ଧନୀ ହୋଇପାରିବ ନାହିଁ। ଏହା ସହିତ, ଯିଏ ଅଧିକ ଖାଏ ସେ ମଧ୍ୟ ସୁସ୍ଥ ରହେ ନାହିଁ।

ଚାଣକ୍ୟଙ୍କ ଅନୁଯାୟୀ, ଯେଉଁମାନେ ତିକ୍ତ କଥା କୁହନ୍ତି ସେମାନଙ୍କୁ ଆର୍ଥିକ ପ୍ରତିବନ୍ଧକ ସାମ୍ନା କରିବାକୁ ପଡିବ।