Categories: ଜାତୀୟ

ଯାତ୍ରୀବାହୀ ବସରୁ ମିଳିଲା ବିପୁଳ ଅସ୍ତ୍ରଶସ୍ତ୍ର

ଗୌହାଟୀ,୧୭।୩: ଆତଙ୍କବାଦୀମାନେ ଆସାମରେ ଏକ ବଡ଼ଧରଣର ଆକ୍ରମଣ ଯୋଜନା କରିଥିଲେ। ପୋଲିସ ନଜରରୁ ବର୍ତ୍ତିବା ପାଇଁ ଏକ ଯାତ୍ରୀବାହୀ ବସରେ ଅସ୍ତ୍ରଶସ୍ତ୍ର ପଠାଉଥିଲେ। ତେବେ ଆସାମ ରାଇଫଲସର ଯବାନମାନେ ଏହାକୁ ପଣ୍ଡ କରିଦେଇଛନ୍ତି।

ସୂଚନା ଯୋଗ୍ୟ, ଗୁରୁବାର ଆସାମ ରାଇଫଲ୍ସର ଯବାନମାନେ କାରବି ଆଙ୍ଗଲଙ୍ଗ ଜିଲା ଅଞ୍ଚଳରେ ଗାଡ଼ି ଯାଞ୍ଚ କରୁଥିଲେ। ଯାଞ୍ଚ ବେଳେ ଯବାନମାନେ ଏକ ଯାତ୍ରୀବାହୀ ବସ୍‌ରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛନ୍ତି। ବୋକାଜନ ସବ-ଡିଭିଜନାଲ ପୋଲିସ ଅଧିକାରୀ(ଏସ୍‌ଡିପିଓ) ଜନ ଦାସ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଯାଞ୍ଚ ବେଳେ ସୁରକ୍ଷାକର୍ମୀମାନେ ୨ଟି ପିସ୍ତଲ, ୨ଟି ମାଗାଜିନ ଏବଂ ୨ଟି ସେଟ ୱାକି ଟକି ଜବତ କରିଛନ୍ତି। ଏହି ସବୁ ଅସ୍ତ୍ରଶସ୍ତ୍ର ଏକ କଳା ରଙ୍ଗର ବ୍ୟାଗରେ ରଖାଯାଇଥିବା ବେଳେ କାଠ ଆପଲ ବାକ୍ସ ଭିତରେ ଚାଲାଣ କରାଯାଉଥିଲା। ବ୍ୟାଗ ମାଲିକ ବସି ନ ଥିବାବେଳେ ବସ ନାଗାଲାଣ୍ଡର ସୋମ ଜିଲାକୁ ଯାଉଥିଲା। ଘଟଣାରେ ଅଧିକ ଜାରି ରହିଛି।

Share