‘ଗହଳି ସ୍ଥାନକୁ ଗଲେ ମାସ୍କ ପିନ୍ଧନ୍ତୁ’

ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): ରାଜ୍ୟରେ କରୋନାର ନୂଆ ଭାରିଏଣ୍ଟକୁ ନେଇ ଲୋକେ ଭୟଭୀତ ହୋଇଥିବା ବେଳେ ବୁଧବାର ଏକ ପ୍ରେସମିଟ୍‌ରେ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କରୋନାକୁ ନେଇ ଚିନ୍ତିନ୍ତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି, ଯଦି ଗହଳି ସ୍ଥାନକୁ ଯାଉଛନ୍ତି, ତେବେ ନିଜ ସୁରକ୍ଷା ପାଇଁ ମାସ୍କ ପିନ୍ଧନ୍ତୁ। ଆମ ରାଜ୍ୟରେ ୯୦ ପ୍ରତିଶତରୁ ଅଧିକ ଲୋକ ଦୁଇଟି ଡୋଜ୍‌ ଟିକା ନେଇ ସାରିଛନ୍ତି। ତେଣୁ କରୋନାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ। ସତର୍କ ରୁହନ୍ତୁ।

ସେ ଆହୁରି ମଧ୍ୟ କହିଛନ୍ତି, ଭାରତରେ ଏବେ ଶହେରୁ ୨ଶହ ଭିତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି ଏବଂ ଓଡ଼ିଶାରେ ୫ରୁ ୭ ଭିତରେ ରହୁଛି। ଗତ ୩ ମାସ ଧରି ଓଡ଼ିଶାରେ କରୋନା ମାମଲା କମିଛି। ଏବେ ଆମ ରାଜ୍ୟରେ ପଜିଟିଭିଟି ରେଟ୍‌ ୦.୦୪ ପ୍ରତିଶତ ରହୁଛି। ଏହାକୁ ନଜରରେ ରଖି ଓଡ଼ିଶାରେ କରୋନା କଟକଣା ସମ୍ପୂର୍ଣ୍ଣ ଉଠି ଯାଇଛି। କରୋନାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ। ସତର୍କ ରୁହନ୍ତୁ।

Share