ନବରାତ୍ରିରେ ମା’ ଦୁର୍ଗାଙ୍କ କୃପା ପାଇଁ ପିନ୍ଧନ୍ତୁ ଏସବୁ ରଙ୍ଗର ପୋଷାକ, ମିଳିବ ଶୁଭଫଳ

ଶାରଦୀୟ ନବରାତ୍ରି ୧୭ ଅକ୍ଟୋବରରୁ ଆରମ୍ଭ ହୋଇଯାଇଛି। ଏହି ନଅ ଦିନରେ ମା’ ଦୁର୍ଗାଙ୍କର ନଅ ପ୍ରକାର ପୂଜା କରାଯାଏ। ନବରାତ୍ରିରେ ରଙ୍ଗଗୁଡ଼ିକର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି । କୁହାଯାଏ ଯେ, ଏହି ନଅ ଦିନର ନଅଟି ରଙ୍ଗ ମାତା ଦୁର୍ଗାଙ୍କର ପ୍ରତ୍ୟେକ ରୂପ ପାଇଁ ଉତ୍ସର୍ଗୀକୃତ। ଯଦି ନବରାତ୍ରିରେ ମା’ଙ୍କ କୃପା ପାଇବାକୁ ଚାହାନ୍ତି ତେବେ ଏହି ରଙ୍ଗର ପୋଷାକ ପିନ୍ଧି ପୂଜା କରନ୍ତୁ। ଜାଣନ୍ତୁ ଏହି ରଙ୍ଗଗୁଡ଼ିକ ବିଷୟରେ।

ପ୍ରଥମ ଦିନ:ନବରାତ୍ରିର ପ୍ରଥମ ଦିନରେ ମା’ ଶୋଳପୁତ୍ରୀଙ୍କୁ ପୂଜା କରାଯାଏ। ଏହି ଦିନ ହଳଦିଆ ପୋଷାକ ପିନ୍ଧିବା ଉଚିତ୍‌। କୁହାଯାଏ ଯେ, ହଳଦିଆ ପୋଷାକ ପିନ୍ଧି ପୂଜା କଲେ ଶୁଭଫଳ ମିଳିଥାଏ।

ଦ୍ୱିତୀୟ ଦିନ:ଦ୍ୱିତୀୟ ଦିନରେ ମାତା ବ୍ରହ୍ମଚାରୀଣିଙ୍କୁ ପୂଜା କରାଯାଏ। ମାତା ବ୍ରବ୍ରହ୍ମଚାରୀଣି ସବୁଜ ରଙ୍ଗ ପସନ୍ଦ କରନ୍ତି। ତେଣୁ ସବୁଜ ପୋଷାକ ପିନ୍ଧ ଏହି ଦିନ ପୂଜା କରନ୍ତୁ।

ତୃତୀୟ ଦିନ:ତୃତୀୟ ଦିନରେ ମାତା ଚନ୍ଦ୍ରଘଣ୍ଟାଙ୍କୁ ପୂଜା କରାଯାଏ। ଏହି ଦିନ, ଆପଣ ବ୍ରାଉନ ପୋଷାକ ପିନ୍ଧି ମା’ ଦୁର୍ଗାଙ୍କୁ ଖୁସି କରିପାରିବେ।

ଚତୁର୍ଥ ଦିନ:ନବରାତ୍ରିର ଚତୁର୍ଥ ଦିନରେ ମାତା କୁଶ୍ମଣ୍ଡାଙ୍କୁ ପୂଜା କରାଯାଏ। ଦେବୀ କମଳା ରଙ୍ଗ ପସନ୍ଦ କରନ୍ତି । ଏହି ଦିନ, ଆପଣ କମଳା ରଙ୍ଗ ପିନ୍ଧି ମା’ ଦୁର୍ଗାଙ୍କୁ ପୂଜା କରିବା ଉଚିତ୍‌।

ପଞ୍ଚମ ଦିନ: ମାତା ସ୍କନ୍ଦମାତାଙ୍କୁ ପଞ୍ଚମ ଦିନରେ ପୂଜା କରାଯାଏ। ଏହି ଦିନ ଧଳା ରଙ୍ଗର ପୋଷାକ ଶୁଭ ବୋଲି ବିବେଚନା କରାଯାଏ।

ଷଷ୍ଠୀ: ଷଷ୍ଠ ଦିନ ମା’ କାତାୟନୀଙ୍କୁ ପୂଜା କରାଯାଏ। ନାଲି ରଙ୍ଗ ଏହି ଦିନ ପାଇଁ ବହୁତ ଶୁଭ ବୋଲି ବିବେଚନା କରାଯାଏ।

ପ୍ତମୀ: ଏହି ଦିନ ମା’ କାଳରାତ୍ରିଙ୍କୁ ପୂଜା କରାଯାଏ। ଏହି ଦିନ ନୀଳ ରଙ୍ଗର ପୋଷାକ ପିନ୍ଧିବା ଶୁଭ ।

ଅଷ୍ଟମୀ: ମା’ ଭୈରବୀଙ୍କୁ ନବରାତ୍ରିର ଅଷ୍ଟମୀ ଦିନରେ ପୂଜା କରାଯାଏ। ଏହି ଦିନ ଗୋଲାପୀ ରଙ୍ଗ ପିନ୍ଧିବା ଶୁଭ ଅଟେ ।

ନବମୀ: ନବମ ଦିନରେ ମାତା ସିଦ୍ଧଧାତ୍ରୀଙ୍କୁ ପୂଜା କରାଯାଏ । ଏହି ଦିନ ବାଇଗଣୀ ପିନ୍ଧିବା ଅତ୍ୟନ୍ତ ଶୁଭ ଅଟେ। କେବଳ ଏହି ରଙ୍ଗର ପୋଷାକ ପିନ୍ଧି ଅନ୍ୟଙ୍କୁ ଖାଇବାକୁ ଦେଇ ମା’ଙ୍କୁ ଉପାସନା କଲେ ପୂର୍ଣ୍ଣ ଫଳ ମିଳିବାର ବିଶ୍ୱାସ ରହିଛି।