ଦୁନିଆରେ କିଛି ସ୍କୁଲ ଅଛି, ଯେଉଁଠି ଛାତ୍ରୀମାନଙ୍କୁ ଛୋଟ ସ୍କଟ୍ ପିନ୍ଧିବାକୁ ପଡ଼ିଥାଏ। ମାତ୍ର ଏପରି ୟୁନିଫର୍ମ ପିନ୍ଧି ଛାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଏମିତି ଜଣେ ଛାତ୍ରୀ ହେଉଛନ୍ତି ୧୨ ବର୍ଷୀୟା ସିହମ ହାମୁଦ। ପୂର୍ବରୁ ସେ ଲମ୍ବା ସ୍କଟ୍ ପିନ୍ଧୁଥିବାରୁ ଛୋଟ ଡ୍ରେସ୍ ପିନ୍ଧିବାକୁ ତାଙ୍କର ପସନ୍ଦ ନ ଥିଲା। ମାତ୍ର ନୂଆ କରି ଆସିଥିବା ଆଉ ଏକ ସ୍କୁଲକୁ ଲମ୍ବା ସ୍କଟ୍ ପିନ୍ଧି ଆସିଥିଲେ। ତେଣୁ ତାଙ୍କୁ ସ୍କୁଲ ପକ୍ଷରୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତାଙ୍କୁ ଡିସେମ୍ବର ମାସରେ ପ୍ରତିଦିନ ସ୍କୁଲରୁ ଘରକୁ ପଠାଇ ଦିଆଯାଉଥିଲା। ଲମ୍ବା ସ୍କଟ୍ ବଦଳାଇ ଛୋଟ ପିନ୍ଧି ଆସିବାକୁ ନିର୍ଦ୍ଦେଶ ଦିଆଯାଉଥିଲା। ମାତ୍ର ସିହମ ପ୍ରତିଥର ଏହାକୁ ବିରୋଧ କରୁଥିଲେ।
ଏହି ସ୍କୁଲ ଯୁକ୍ତରାଷ୍ଟ୍ର ଆମେରିକାରେ ଅବସ୍ଥିତ। ସ୍କୁଲ କର୍ତ୍ତୃପକ୍ଷ ସିହମଙ୍କ ଅଭିଭାବକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ଦେଇଛନ୍ତି। ଏବେ ସିହମ ଘରେ ରହି ପଢୁଛନ୍ତି। ସିହମ କୁହନ୍ତି, ମୋତେ ସ୍କୁଲ ଯିବା ପସନ୍ଦ। ମୋତେ ଲମ୍ବା ଡ୍ରେସ୍ ପିନ୍ଧିବା ପସନ୍ଦ। ମାତ୍ର ସ୍କୁଲ କର୍ତ୍ତୃପକ୍ଷ ମତେ ଏହା କରାଇ ଦେଉନାହାନ୍ତି।
ସିହମଙ୍କ ପିତା ଇଦ୍ରିସ ଜଣେ ଆଥେଲେଟିକ୍ସ କୋଚ। ସେ କହିଛନ୍ତି, ମୋ’ ଝିଆ ନିଜ ଧର୍ମ ପ୍ରତି ଆସ୍ଥା ରଖି ଚାଲେ। ସେ ଚାହୁଁଛି ଅନ୍ୟ ପିଲାଙ୍କଠାରୁ କିଛି ଅଧିକ ଲମ୍ବର ୟୁନିଫର୍ମ ପିନ୍ଧିବାକୁ। ମୋତେ ବୁଝାପଡୁନାହିଁ ଏହା ଦ୍ୱାରା ସ୍କୁଲ କର୍ତ୍ତୃପକ୍ଷଙ୍କର କ’ଣ ସମସ୍ୟା ହେଉଛି। ମୋ ଝିଅ ଯେତେଥର ଲମ୍ବା ୟୁନିଫର୍ମ ପିନ୍ଧି ସ୍କୁଲ ଯାଇଛି ତାକୁ ଘରକୁ ପଠାଇ ଦିଆଯାଇଛି। ମାତ୍ର ତା ବିଶ୍ୱାସକୁ ସେ କେମିତି ଛାଡ଼ିପାରିବ? ମୋ ଝିଅକୁ ଲମ୍ବା ୟୁନିଫର୍ମ ପିନ୍ଧିବା ପାଇଁ ଅନୁମତି ଦିଆଯାଉ। ଏହା ମୋ ଝିଅର ନିଷ୍ପତ୍ତି।