ହାତରେ ‘କଇଁଛ ମୁଦି’ ପିନ୍ଧିଛନ୍ତି କି? ଏସବୁ ରାଶିର ବ୍ୟକ୍ତିଙ୍କ ପାଇଁ ବହୁତ ଅଶୁଭ; ଜାଣନ୍ତୁ…

ଆଜିକାଲି ଲୋକମାନେ ହାତରେ ରୂପାର କଇଁଛ ମୁଦି ପିନ୍ଧୁଥିବା ପ୍ରାୟ ଦେଖାଯାଉଛି। ଏହାକୁ ପିନ୍ଧିଲେ ଧନ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି। ହେଲେ ଅନେକ ସମୟରେ ଲୋକେ କିଛି ନ ଜାଣିି କଇଁଛ ମୁଦି ପିନ୍ଧିଥାନ୍ତି। ଏଥିଲାଗି ଏହାର ଶୁଭ ଫଳ ମିଳି ନ ଥାଏ। ଅନେକ ସମୟରେ ଆର୍ଥିକ ଲାଭ ପରିବର୍ତ୍ତେ କ୍ଷତି ହେଇଥାଏ। ଏଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା କଇଁଛ ମୁଦିକୁ କିଭଳି ଧାରଣ କଲେ ଶୁଭ ପରିଣାମ ମିଳିବ:

ସ୍ବଭାବକୁ ନିୟନ୍ତ୍ରଣ କରେ କଇଁଛ ମୁଦି:
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କଇଁଛ ଏକ ଜଳଜୀବ। ଏହା ମାତା ଲକ୍ଷ୍ମୀ ସହିତ ଜଡିତ ବୋଲି ବିଶ୍ୱାସ କରାଯାଏ, କାରଣ ଦେବୀ ଲକ୍ଷ୍ମୀ ମଧ୍ୟ ଜଳରୁ ଉତ୍ପନ୍ନ। ଏଣୁ ଯେଉଁମାନଙ୍କ ପ୍ରକୃତି ଉଗ୍ର, ସେମାନେ କଇଁଛ ମୁଦି ପିନ୍ଧିବା ଶୁଭ। ଏହି ମୁଦି ପିନ୍ଧିଲେ ମନ ଶାନ୍ତ ରହେ ଏବଂ ଆଚରଣ ସନ୍ତୁଳିତ ରହିଥାଏ।

କେଉଁ ଦିନ ପିନ୍ଧିବେ କଇଁଛ ମୁଦି?
କଇଁଛ ମୁଦିକୁ କେବଳ ଶୁକ୍ରବାର ଦିନ ପିନ୍ଧିବା ଉଚିତ। ଏହା ପୂର୍ବରୁ ମୁଦି ଉପରେ ‘ଶ୍ରୀ’ ଲେଖିବା ଉଚିତ। ଏହା ମଧ୍ୟ ମନେ ରଖିବାକୁ ହେବ ଯେ ’ଶ୍ରୀ’ ଆଙ୍ଗୁଠି ଆଡକୁ ରହିବା ଉଚିତ।

ଏପରି ପିନ୍ଧନ୍ତୁ କଇଁଛ ମୁଦି:
ଏହି ମୁଦି ପିନ୍ଧିବା ପୂର୍ବରୁ କଞ୍ଚା କ୍ଷୀରରେ ବୁଡ଼ାଇ ପରେ ଏହାକୁ ଗଙ୍ଗା ପାଣିରେ ଶୁଦ୍ଧ କରନ୍ତୁ। ପରେ ଏହାକୁ ମା ଲକ୍ଷ୍ମୀଙ୍କ ସମ୍ମୁଖରେ ରଖି ପୂଜା କରି ମୁଦି ପିନ୍ଧନ୍ତୁ। ଏପରି କରିବା ଦ୍ୱାରା ମା ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦ ପ୍ରାପ୍ତ ହୁଏ। ତେବେ ମନେରଖନ୍ତୁ ଯେ କଇଁଛର ଚେହେରା ଯେପରି ଆପଣଙ୍କ ଆଡକୁ ରହିବ। କଇଁଛ ମୁଦିକୁ ମଝି ଆଙ୍ଗୁଠି କିମ୍ବା ଅନାମିକା ଆଙ୍ଗୁଠିରେ ପିନ୍ଧିବା ଉଚିତ। ଏହା ବ୍ୟତୀତ କୌଣସି ଆଙ୍ଗୁଠିରେ କଇଁଛ ମୁଦି ପିନ୍ଧିବା ଦ୍ୱାରା ଶୁଭ ନୁହେଁ।

କଇଁଛ ମୁଦି ପିନ୍ଧନ୍ତୁ ନାହିଁ ଏହି ରାଶିର ଲୋକେ:
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କର୍କଟ, ବିଛା ଏବଂ ମୀନ ରାଶିର ଲୋକମାନେ କଇଁଛ ମୁଦି ପିନ୍ଧିବା ଉଚିତ ନୁହେଁ।