Posted inଜାତୀୟ

ଅଭିଯୋଗର ମାଳା ପିନ୍ଧି ତଳେ ଗଡ଼ିଗଡ଼ି ଜିଲାପାଳଙ୍କ ଅଫିସ ଗଲେ ବ୍ୟକ୍ତି, ଆଉ ତା’ ପରେ…

ଭୋପାଳ,୫ା୯: ଦୀର୍ଘବର୍ଷ ଧରି ଦୁର୍ନୀତି ବିରୋଧରେ ଅଭିଯୋଗ କରି ଆସୁଥିଲେ ହେଁ ତାଙ୍କୁ ଅଣଦେଖା କରାଯାଉଥିଲା। ଶେଷରେ ଅଭିଯୋଗକାରୀ ଅଭିଯୋଗର ଦସ୍ତାବିଜ୍‌କୁ ମାଳା କରି ବେକରେ ପିନ୍ଧି ତଳେ ଗଡ଼ିଗଡ଼ି ଜିଲାପାଳଙ୍କ ଅଫିସରେ ପହଞ୍ଚିଲେ। ଏପରି ଏକ ଦୃଶ୍ୟ ମଧ୍ୟପ୍ରଦେଶ ନିମଚ ଜିଲାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି।

ମଙ୍ଗଳବାର ନେମୁଚ ଜିଲାପାଳଙ୍କ କାର୍ଯ୍ୟାଳୟରେ ଜନଶୁଣାଣି ଚାଲିଥିବା ବେଳେ ମୁକେଶ ପ୍ରଜାପତି ନାମକ ଜଣେ ବ୍ୟକ୍ତି ବେକରେ ଅଭିଯୋଗର ମାଳ ପିନ୍ଧି ଗଡ଼ିଗଡ଼ି ଆସୁଥିବା ଦେଖିବାକୁ ମିଳିଥିଲା। ସେ ଦେହସାରା ଦସ୍ତାବିଜ୍‌ ଗୁଡ଼େଇ ହୋଇଥିଲେ। ତାଙ୍କୁ ପଚାରିବାରୁ ଜଣାପଡ଼ିଥିଲା ଯେ, ସେ ତାଙ୍କ ପଞ୍ଚାୟତ ସରପଞ୍ଚଙ୍କ ଦ୍ୱାରା କରାଯାଇଥିବା ଦୁର୍ନୀତିଗ୍ରସ୍ତ କାର୍ଯ୍ୟ ଉପରେ ଅଭିଯୋଗ କରିଆସୁଛନ୍ତି ଏବଂ ୬ରୁ ୭ ବର୍ଷ ଧରି ନିୟମିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣି ନ ଥିବା ସେ କହିଛନ୍ତି। ତେବେ ଦୁର୍ନୀତିଗ୍ରସ୍ତ ସରପଞ୍ଚଙ୍କ ବିରୋଧରେ ଆଜିପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ତେଣୁ ସେ ଏହାର ପ୍ରତିବାଦରେ ଏପରି ଅଭିନବ ଅଭିଯୋଗ ଜଣାଇବାର ପନ୍ଥା ଆପଣାଇଛନ୍ତି।

ସବ୍-ଡିଭିଜନାଲ ମାଜିଷ୍ଟ୍ରେଟ୍ ମମତା ଖେଡେ କହିଛନ୍ତି,  ପ୍ରଜାପତି ଜଣେ ସରପଞ୍ଚଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଏବଂ ପଞ୍ଚାୟତ ଓ ଗ୍ରାମ୍ୟ ଉନ୍ନୟନ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ଯାଞ୍ଚ କରିସାରିଛନ୍ତି।

ଜିଲାପାଳ ହିମାଂଶୁ ଚନ୍ଦ୍ର କହିଛନ୍ତି, ସେ ଅଭିଯୋଗର ନୂତନ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ତିନି ଦିନ ମଧ୍ୟରେ ରିପୋର୍ଟ ମାଗିଛନ୍ତି।

ଶ୍ରୀ ଚନ୍ଦ୍ର କହିଛନ୍ତି, “ଏକ ଟିମ୍ ଗାଁକୁ ଯାଇ ଉକ୍ତ ବ୍ୟକ୍ତିଙ୍କ ଦ୍ୱାରା ହୋଇଥିବା ଦୁର୍ନୀତିର ଅଭିଯୋଗଗୁଡିକୁ ଦେଖିବା ପାଇଁ କୁହାଯାଇଛି। ମୁଁ ତିନି ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କହିଛି ଏବଂ ଏହାକୁ ଭିତ୍ତି କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”


Enter your email to get our daily news in your inbox.

All Right Reserved By Dharitri.Com

‘ସରକାରୀ ନିୟନ୍ତ୍ରଣରୁ ମୁକ୍ତ ହେଉ ହିନ୍ଦୁ ମନ୍ଦିର’

ହାଇଦ୍ରାବାଦ,୨୧ା୯: ତିରୁପତି ମନ୍ଦିରର ପ୍ରସାଦ ଲଡୁରେ ପଶୁ ଚର୍ବି ମିଶ୍ରଣ ପ୍ରସଙ୍ଗ ବୃଦ୍ଧି ପାଇବାରେ ଲାଗିଛି। ଅନେକ ରାଜନୈତିକ ଦଳ ଏହି ପ୍ରସଙ୍ଗରେ କ୍ରୋଧ ପ୍ରକାଶ...

୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଗର୍ଭବତୀ କଲେ ଅବସରପ୍ରାପ୍ତ ବିଡିଓଙ୍କ ପୁଅ: ଗର୍ଭପାତ ନ କରିବାରୁ…

ଫତେହପୁର,୨୧।୯: ଉତ୍ତର ପ୍ରଦେଶର ଫତେହପୁର ଜିଲାର ଜଣେ ଗର୍ଭବତୀ ହାଇସ୍କୁଲର ଛାତ୍ରୀଙ୍କ ହତ୍ୟା ମାମଲାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଛାତ୍ରୀଙ୍କ ପ୍ରେମିକ ଶିବୁ ରାୟଦାସଙ୍କୁ ଗିରଫ...

ତିରୁପତି ମନ୍ଦିର ଲଡୁକୁ ନେଇ ବଡ଼ ଖୁଲାସା କଲେ ପୂର୍ବତନ ମୁଖ୍ୟ ପୁରୋହିତ

ନୂଆଦିଲ୍ଲୀ,୨୧।୯: ତିରୁପତି ମନ୍ଦିର ଲଡୁ ପ୍ରସଙ୍ଗ ବର୍ତ୍ତମାନ ଏକ ରାଜନୈତିକ ମୋଡ ନେଇଛି। ମନ୍ଦିରର ଲଡୁ ଅର୍ଥାତ୍‌ ପ୍ରସାଦ ତିଆରି କରିବା ପାଇଁ ଘିଅ ବଦଳରେ...

କିଏ ସେହି ବ୍ୟକ୍ତି, ଯିଏ କିରାଣିରୁ ହୋଇଥିଲେ ସୁପ୍ରିମକୋର୍ଟ ବିଚାରପତି, ଜାଣନ୍ତୁ ତାଙ୍କର ପୂରା କ୍ୟାରିୟର ବିଷୟରେ…

ନୂଆଦିଲ୍ଲୀ,୨୧ା୯: ଜଣେ ବ୍ୟକ୍ତି ଯେତେ ଗରିବ ହୁଅନ୍ତୁ ନା କାହିଁକି, ଯଦି ତାଙ୍କର ଇଚ୍ଛା ଥାଏ, ତେବେ ସେ ନିଜ ରାସ୍ତା ନିଜେ ଖୋଜି ପାଇଥାନ୍ତି।...

ଶିକ୍ଷାମନ୍ତ୍ରୀଙ୍କୁ ‘ପଲଟୁରାମ’ କହି ଫସିଲେ କର୍ମଚାରୀ: ସରକାର ନେଲେ ଏଭଳି କାର୍ଯ୍ୟାନୁଷ୍ଠାନ

ଜୟପୁର,୨୧।୯: ରାଜସ୍ଥାନର ଯୋଧପୁରରେ ଶିକ୍ଷା ମନ୍ତ୍ରୀ ମଦନ ଦିଲୱାରଙ୍କ ପୋଷ୍ଟରକୁ ନେଇ ବିବାଦ ପରେ ରାଜ୍ୟ ସରକାର ଏହି ପ୍ରସଙ୍ଗରେ ଶିକ୍ଷା ବିଭାଗର କର୍ମଚାରୀ ନେତା...

ନଭେମ୍ବର-ଡିସେମ୍ବରରେ ୩୫ ଲକ୍ଷ ଯୋଡ଼ି କରିବେ ବିବାହ: ଖର୍ଚ୍ଚ ହେବ ୪.୨୫ ଲକ୍ଷ କୋଟି

ନୂଆଦିଲ୍ଲୀ,୨୧।୯:ଆସନ୍ତା ନଭେମ୍ବର ଓ ଡିସେମ୍ବରରେ ଭାରତରେ ପ୍ରାୟ ୩୫ ଲକ୍ଷ ଯୋଡ଼ି ବିବାହ କରିବେ। ଏଥିପାଇଁ ୪.୨୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି...

କଂଗ୍ରେସର ମାଷ୍ଟରଷ୍ଟ୍ରୋକ: ଭାଜପା ସହଯୋଗୀକୁ ଲାଗିଲା ବଡ଼ ଝଟ୍‌କା

ବେଙ୍ଗାଲୁରୁ,୨୧।୯: କର୍ନାଟକରେ ଜନତା ଦଳ ଧର୍ମନିରପେକ୍ଷ (ଜେଡିଏସ)କୁ ଏକ ବଡ଼ ଝଟ୍‌କା ଲାଗିଛି। ଚାନ୍ନାପାଟନା ସିଟି ମ୍ୟୁନିସିପାଲିଟି କାଉନସିଲରେ ୧୬ଜଣ ଜେଡିଏସ କାଉନସିଲରଙ୍କ ମଧ୍ୟରୁ ୧୩ଜଣ...

ବଦଳିଗଲେ ମାଳଦ୍ୱୀପ ରାଷ୍ଟ୍ରପତି: ଦିନେ କହୁଥିଲେ ‘ଇଣ୍ଡିଆ ଆଉଟ୍‌’, ଆଉ ଏବେ ‘ଥ୍ୟାଙ୍କ୍‌ ୟୁ’

ନୂଆଦିଲ୍ଲୀ/ମାଲେ: ଆଜିକାଲି ମାଳଦ୍ୱୀପ ଆର୍ଥିକ ସମସ୍ୟା ଦେଇ ଗତି କରୁଛି। ଭାରତ ଜରୁରୀକାଳୀନ ଆର୍ଥିକ ସହାୟତା ପ୍ରଦାନ କରି ମାଳଦ୍ୱୀପକୁ ପୁଣିଥରେ ଏକ ବର୍ଷ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri