Advertisement

ହେଲମେଟ୍‌ ପିନ୍ଧିବା ନେଇ ସହରବାସୀଙ୍କୁ ସଚେତନ କଲା ଟାଉନ ପୋଲିସ

କୋରାପୁଟ,୧୦ା୧୨(ସ୍ବ.ପ୍ର.): ପୂର୍ବରୁ ବାଇକ ଚଳାଇବା ବେଳେ କେବଳ ଗାଡ଼ିଚାଳକ ହେଲମେଟ୍‌ ପିନ୍ଧିବା ନିୟମ ଥିବାବେଳେ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବାଇକଚାଳକଙ୍କ ସହ ପଛରେ ବସିଥିବା ଯାତ୍ରୀ ମଧ୍ୟ ହେଲମେଟ୍‌ ପିନ୍ଧିବା ବାଧ୍ୟତାମୂଳକ ବୋଲି ଘୋଷଣା କରିଛନ୍ତି ା ତେଣୁ ଗାଡ଼ି ଚଳାଇବା ବେଳେ ନିଜର ସୁରକ୍ଷା ଦୃଷ୍ଟିରୁ ଉଭୟ ଚାଳକ ଓ ଯାତ୍ରୀ ହେଲମେଟ୍‌ ପିନ୍ଧିବା ଜରୁରୀ ବୋଲି ନିୟମକୁ ପ୍ରତ୍ୟେକ ସହବାସୀଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ଗୁରୁବାର କୋରାପୁଟ ଟାଉନ ପୋଲିସ ଥାନା ପକ୍ଷରୁ ସଚେତନ କରାଯାଇଛି। ସ୍ଥାନୀୟ ଟାଉନ ଥାନାଠାରୁ ଆରମ୍ଭ ହୋଇଥିବା ଏକ ବାଇକ୍‌ ସଚେତନତା ଶୋଭାଯାତ୍ରାକୁ କୋରାପୁଟ ଏସ୍‌ଡିପିଓ ଗୁଣନିଧି ମଲ୍ଲିକ ଶୁଭାରମ୍ଭ କରିଥିବାବେଳେ ଏଥିରେ କୋରାପୁଟ ଟାଉନ ଥାନାଧିକାରୀ ଧୀରେନ ପଟ୍ଟନାୟକ, ସହକାରୀ ଥାନାଙ୍‌ଧିକାରୀ ଶଙ୍କର ପ୍ରସାଦ ମାଝି, ଏସ୍‌ଆଇ ସୁଦର୍ଶନ ଅଧିକାରୀ, ଯଶୋବନ୍ତ ସେଲମାଙ୍କ ସମେତ ସମସ୍ତ ଟାଉନ ଥାନାର ପୋଲିସ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share