Categories: ଜାତୀୟ

ରାଜଧାନୀରେ ଗାଡ଼ି ଚଳାଇବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ!

ନୂଆଦିଲ୍ଲୀ,୧୯ ।୧୧: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ପୁଣିଥରେ ବଢି ଯାଇଛି । ଏହାକୁ ଦେଖି ବୁଧବାର ସରକାର ହାଇକୋର୍ଟଙ୍କୁ କହିଛନ୍ତି ଯେ ରାଜଧାନୀରେ ଗାଡ଼ି ଚଳାଇବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏପ୍ରିଲ ମାସରେ ଏହା ଲଗୁ କରାଯାଇଥିବା ବେଳେ ଏବେ ମଧ୍ୟ ଏହା ଲାଗୁ କରାଯାଇଛି ବୋଲି ସରକାର କହିଛନ୍ତି । ଏହାକୁ ନେଇ କରାଯାଇଥିବା ଏକ ଆବେଦନର ସ୍ପଷ୍ଟିକରଣ ଦେଇ ସରକାର ଏହା କହିଛନ୍ତି । ଅଭିଯୋଗରେ ଅଭିଯୋଗକାରୀ ଦର୍ଶାଇଥିଲେ ଯେ ସେପ୍ଟେମ୍ବର ୯ରେ ସେ କୌଣସି କାମରେ ନିଜ ଗାଡ଼ି ଧରି ଏକେଲା ଯାଉଥିବା ସମୟରେ ମାସ୍କ ପିନ୍ଧି ନ ଥିବାରୁ ତାଙ୍କର ୫ଶହ ଟଙ୍କାର ଚାଲାଣ କଟାଯାଇଥିଲା । ଅଭିଯୋଗକାରୀଙ୍କ ଓକିଲ ଦର୍ଶାଇଥିଲେ କି ସରକାର ମାସ୍କ ପିନ୍ଧିବାକୁ ନେଇ ଯେଉଁ ପ୍ରେସବାର୍ତ୍ତା ଜାରି କରିଥିଲେ ସେଥିରେ ଉଲ୍ଲେଖ କରିଥିଲେ କି ଗାଡିରେ ଜଣେ ଯାଉଥିବା ବ୍ୟକ୍ତି ମାସ୍କ ପିନ୍ଧିବା ଜରୁରୀ ନୁହେଁ । ଏବେ ସରକାର ମାସ୍କ ବିନ୍ଧିବା ଜରୁରୀ ବୋଲି କହିବା ସହ ଏହାର ପରବର୍ତ୍ତି ଶୁଣାଣି ଜାନୁୟାରୀରେ କରାଯିବ ବୋଲି ଜଣାପଡିଛି ।

Share