Categories: ଫୁରସତ

ସୁଟ୍‌ ବୁଟ୍‌ ପିନ୍ଧି ପାହାଡ ଚଢା

ପାହାଡ ଚଢାଳୀଙ୍କୁ ଉପଯୁକ୍ତ ପୋଷାକ ସହ ଅନେକ ସାବଧାନତା ଅବଲମ୍ବନ କରିବାକୁ ହୁଏ। ଅନେକ ପାହାଡଚଢା ସରଞ୍ଜାମ ବି ଧରିବାକୁ ହୁଏ। କାରଣ ଏସବୁ ବିନା ପାହାଡ ଚଢିବା ବିପଜ୍ଜନକ ହୋଇପାରେ। ତେବେ ଜାପାନର ନୋବୁତାକା ସାଦା ନାମକ ଜଣେ ବ୍ୟକ୍ତିଙ୍କୁ ଯେମିତି ପାହାଡ ଚଢିବା ଖେଳ ପରି ଲାଗେ। ସେ ଏସବୁ ସାବଧାନତା ଅବଲମ୍ବନ ନ କରି ମାଲେୟସିଆର ଉଚ୍ଚତମ ପର୍ବତ ମାଉଣ୍ଟ କନାବାଲୁକୁ ଥ୍ରୀ ପିସ୍‌ ସୁଟ୍‌ ଓ ଚମଡା ଜୋତା ପିନ୍ଧି ଚଢିଛନ୍ତି। ୪୯ ବର୍ଷୀୟ ସାଦା ଗତ ମାର୍ଚ୍ଚ ୨୨ ତାରିଖରେ ନିଜ ବ୍ରାଣ୍ଡର କଷ୍ଟମ୍‌ ମେଡ୍‌ ସୁଟ୍‌ ପିନ୍ଧି ପର୍ବତ ଚଢିଥିଲେ ଓ ଶିଖରରେ ବି ପହଞ୍ଚତ୍ଥିଲେ। ସମୁଦ୍ରପତନଠାରୁ ୪୦୯୫ ମିଟର ଉଚ୍ଚତାରେ ପହଞ୍ଚତ୍ ସେଠାରେ ସେ ନିଜ ବ୍ରାଣ୍ଡ ସେଇ ସୁଟ୍‌ର ଡିଜାଇନ୍‌କୁ ପ୍ରଦର୍ଶିତ କରିଥିଲେ। ସାଦା ଯେକି ପେସାରେ ଜଣେ ଟେଲର୍‌ ହାତରେ ଏକ ଅଫିସ୍‌ ବ୍ୟାଗ୍‌, ବେକରେ ଅଫିସ୍‌ ଆଇଡି କାର୍ଡ ଝୁଲାଇ ପ୍ରଫେଶନାଲ ଲୁକ୍‌ରେ ପର୍ବତ ଚଢିଥିଲେ। ସାଦା କୁହନ୍ତି, ପାହାଡ ଚଢିବାବେଳେ ଗରମ ଗୁଳୁ ଗୁଳି ସହ, ବର୍ଷା ବି ହୋଇଥିଲା। କିନ୍ତୁ ସାଦା ବ୍ରାଣ୍ଡର ଏହି କଷ୍ଟମ ମେଡ୍‌ ସୁଟ୍‌ ଉପରେ କିିଛି ପ୍ରଭାବ ପଡି ନ ଥିଲା। ଏତେ ପ୍ରତିକୁଳ ପରିସ୍ଥିତିରେ ପାହାଡ ଚଢି ଶିଖରରେ ପହଞ୍ଚତ୍ବା ପର୍ଯ୍ୟନ୍ତ ମୋର ଅଫିସ୍‌ ଲୁକ୍‌ ଖରାପ ହୋଇ ନ ଥିଲା। ଏମିତିକି ସେ ସମୟରେ ବି ମୁଁ ଏକ ବିଜନେସ୍‌ ମିଟିଂ ଆଟେଣ୍ଡ କରିବାଭଳି ସ୍ଥିତିରେ ଥିଲି।’ ସାଦା ଜଣେ ଆଡଭେଞ୍ଚର ପ୍ରିୟ ମଣିଷ। ସେ କେବଳ ପାହାଡ ଚଢା ନୁହେଁ ସ୍କୁବା ଡାଇଭିଂ, ମାରାଥନ୍‌ ଦୌଡ ଓ ସ୍କିଂ ବି କରନ୍ତି। ଆଉ ଏସବୁ କରିବାବେଳେ ସେ ନିଜ ବ୍ରାଣ୍ଡର ସୁଟ୍‌ ପିନ୍ଧନ୍ତି।

Share