Categories: ଜାତୀୟ

ବଳାତ୍କାର ମାମଲା ବଢିବା ପଛରେ ମହିଳାଙ୍କ ପୋଷାକ ପିନ୍ଧିବା ଦାୟୀ: ହରଭଜନଙ୍କ ବିବାଦୀୟ ମନ୍ତବ୍ୟ

ନୂଆଦିଲ୍ଲୀ,୫।୭: ପୂର୍ବତନ ଭାଜପା ବିଧାୟକ ହରଭଜନ ସିଂ ଖେମା କାଶୀପୁରରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ବଳାତ୍କାର ଘଟଣାରେ ମହିଳାମାନଙ୍କ ପୋଷାକକୁ ସେ ଦାୟୀ କରିଛନ୍ତି।
ସେ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ମହିଳା ଏବଂ ବାଳିକାଙ୍କ ପ୍ରତି ବଢୁଥିବା ଘୃଣ୍ୟ ଚିନ୍ତାଧାରାକୁ ଭାରତୀୟ ସଂସ୍କୃତିର ବିପରୀତ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି,ଏହି ଘଟଣାଗୁଡ଼ିକର ବୃଦ୍ଧି ପଛର କାରଣ ହେଉଛି ମହିଳାମାନେ ପାଶ୍ଚାତ୍ୟ ସଂସ୍କୃତିର ଡ୍ରେସ୍‌ ପିନ୍ଧିବା ଶୈଳୀ। ପ୍ରକୃତରେ ମହିଳାମାନେ ଆମ ଦେଶର ସଂସ୍କୃତି ଏବଂ ସଭ୍ୟତା ଅନୁଯାୟୀ ପୋଷାକ ପିନ୍ଧିବା ଉଚିତ୍‌। ଏଥିପାଇଁ ମାତାପିତାଙ୍କୁ ମଧ୍ୟ ଦାୟୀ ଏବଂ ସେମାନେ ନିଜ ପରିବାରର ମହିଳା ଏବଂ ଝିଅମାନଙ୍କୁ ଭାରତୀୟ ସଂସ୍କୃତି ଅନୁଯାୟୀ ପୋଷାକ ପିନ୍ଧିବାକୁ ପ୍ରେତ୍ସାହନ ଦେବା ଜରୁରୀ।
ଛାତ୍ରୀମାନଙ୍କ ପୋଷାକରେ ପରିବର୍ତ୍ତନ ଆଣିବାକୁ ହରଭଜନ ବିଦ୍ୟାଳୟ ପରିଚାଳକମାନଙ୍କୁ ନିବେଦନ କରିଥିଲେ। ଆହୁରି ମଧ୍ୟ ସମାଜର ସମସ୍ତ ବିଭାଗ ଏହି ଦିଗରେ ଆଗକୁ ଆସିବା ଉଚିତ୍‌। ଏହାଦ୍ୱାରା ଏହି ଘୃଣ୍ୟ କାର୍ଯ୍ୟ ହ୍ରାସ ହୋଇପାରିବ।

Share