ଚାଇନାରେ ପାଣିପାଗ ବିପର୍ଯ୍ୟୟ: ପ୍ରବଳ ଉତ୍ତାପ ସହ ଅନେକ ସହରରେ ବନ୍ୟା ପରିସ୍ଥିତି, ରାଷ୍ଟ୍ରପତି ଅଧିକାରୀମାନଙ୍କୁ ନିର୍ଦ୍ଦେଶ…

ବେଜିଂ,୫।୭ : ଆସନ୍ତା ମାସରେ ଚରମ ଉତ୍ତାପ ଏବଂ ଅନ୍ୟାନ୍ୟ ବିପର୍ଯ୍ୟୟ ବିଷୟରେ ଚାଇନା ଅଧିକାରୀମାନେ ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ପ୍ରବଳ ବର୍ଷା ହେତୁ ଚାଇନା ବହୁତ କ୍ଷତି ସହିଛି। ହଜାର ହଜାର ଲୋକଙ୍କୁ ନିଜ ଘର ଛାଡି ନିରାପଦ ସ୍ଥାନକୁ ଯିବାକୁ ପଡିଲା।

ବନ୍ୟା ଯୋଗୁଁ ଚାଇନ ବହୁ କ୍ଷୟକ୍ଷତି କରିଛି, ଏହା ପରେ ସୁରକ୍ଷା ଏବଂ ସମ୍ପତ୍ତି ଉପରେ ପ୍ରାଥମିକତା ଦେବାକୁ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ରାଜ୍ୟ ବନ୍ୟା ନିୟନ୍ତ୍ରଣ ଏବଂ ଜରୁରୀକାଳୀନ ପରିଚାଳନା ଏବଂ ଜଳ ସମ୍ପଦ ମନ୍ତ୍ରଣାଳୟକୁ ଘନିଷ୍ଠ ସମନ୍ବୟ ଏବଂ ପରାମର୍ଶରେ ମିଳିତ ଭାବରେ କାର୍ଯ୍ୟ କରିବାକୁ କହିଛନ୍ତି।

ଚାଇନା ଗଣମାଧ୍ୟମ ଅନୁଯାୟୀ, କେନ୍ଦ୍ରୀୟ ଏବଂ ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ସତର୍କ ସୂଚନା ଜାରି କରାଯାଇଛି। ଜୁଲାଇରେ ବନ୍ୟା, ବଜ୍ରପାତ ଏବଂ ଉଚ୍ଚ ତାପମାତ୍ରା ଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ପାଣିପାଗ ବିଭାଗ ଚେତାବନୀ ଦେଇଛି। ପ୍ରବଳ ବର୍ଷା ଯୋଗୁ ମହାନଗର ଚୋଙ୍ଗକିଙ୍ଗର ଏକ ରେଳ ବ୍ରିଜ ନଷ୍ଟ ହୋଇ ଯାଇଛି। ଏହାର ମରାମତି ପାଇଁ ୪୦୦ରୁ ଅଧିକ ଜରୁରୀକାଳୀନ କର୍ମଚାରୀ ପଠାଯାଇଛି। ଏହି ବର୍ଷା ସିଚୁଆନରେ ୪୬୦ ହଜାର ଲୋକଙ୍କୁ ପ୍ରଭାବିତ କରିଛି।

ଏହି ଅଧିକାରୀ କହିଛନ୍ତି କେନ୍ଦ୍ରୀୟ ହେନାନ ପ୍ରଦେଶରେ ବନ୍ୟା ଯୋଗୁଁ ୧୦ ହଜାର ଲୋକଙ୍କୁ ଘରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବନ୍ୟାରେ ୨ ହଜାରରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ଶାନସି ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ୨୦ ଘର ଓ ରାସ୍ତା ଧୋଇ ହୋଇଯାଇଛି।

ବୈଜ୍ଞାନିକମାନେ ତାପମାତ୍ରା ବୃଦ୍ଧି ହେବାର ମୁଖ୍ୟ କାରଣକୁ ଜୀବାଶ୍ମ ଇନ୍ଧନ ଦର୍ଶାଇଛନ୍ତି। ସେମାନେ କହିଛନ୍ତି ଏହି ଇନ୍ଧନ ସମଗ୍ର ବିଶ୍ୱରେ ପାଣିପାଗ ଅବସ୍ଥାକୁ ଖରାପ କରୁଛି। ଗତ କିଛି ସପ୍ତାହ ମଧ୍ୟରେ ଅନେକ ଦେଶରେ ସାଂଘାତିକ ଉତ୍ତାପ ଅନୁଭୁତ ହୋଇଛି।

Share