Categories: ଜାତୀୟ

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବିହାର ସମେତ ଉତ୍ତର-ପୂର୍ବରେ ପ୍ରବଳ ବର୍ଷା ହେବାର ସମ୍ଭାବନା

ନୂଆଦିଲ୍ଲୀ,୨୦।୯: ଉତ୍ତର-ପଶ୍ଚିମବଙ୍ଗ ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ମଙ୍ଗଳବାର ଓଡ଼ିଶା, ପଶ୍ଚିମବଙ୍ଗର ଗଙ୍ଗା ଉପକୂଳ ଅଞ୍ଚଳ ଏବଂ ଝାଡଖଣ୍ଡ ସମେତ ପୁର୍ବ କେନ୍ଦ୍ରୀୟ ଅଞ୍ଚଳ ଏବଂ ଉତ୍ତର-ପୂର୍ବ ଭାରତରେ ପ୍ରବଳ ବର୍ଷା ହୋଇଛି। ଆଗାମୀ ଦୁଇ ଦିନରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା ଏବଂ ଦକ୍ଷିଣ ଝାଡଖଣ୍ଡ ଆଡକୁ ଗତି କରିବାର ସମ୍ଭାବନା ଅଛି। ଏହାର ପ୍ରଭାବ ଯୋଗୁ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଓଡ଼ିଶା, ଝାଡଖଣ୍ଡ, ବିହାର, ଉତ୍ତରପ୍ରଦେଶ ଏବଂ ଉତ୍ତର-ପୂର୍ବ ଭାରତର ପ୍ରାୟ ସମସ୍ତ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ଦ୍ୱାରା ଜାରି କରାଯାଇଥିବା ରେଡ ଆଲର୍ଟ ଅନୁଯାୟୀ, ମଙ୍ଗଳବାର ଗୁଜରାଟର ସୌରାଷ୍ଟ୍ର ଏବଂ କୁଚ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଜୁନାଗଡର ବିସାବଦାର ତାଲୁକା ସର୍ବାଧିକ ୩୦୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ରାଜ୍ୟ ବିପର୍ଯ୍ୟୟ ଅପରେଶନ କେନ୍ଦ୍ରର ତଥ୍ୟ ଅନୁଯାୟୀ ଗୁଜରାଟରେ ଏ ପର୍ଯ୍ୟନ୍ତ ୮୭୦ ମିଲିମିଟର ବର୍ଷା ହୋଇଛି କିମ୍ବା ହାରାହାରି ବାର୍ଷିକ ବୃଷ୍ଟିପାତର ୯୯.୨୭ ପ୍ରତିଶତ ରହିଛି। ଆଇଏମଡି ଅନୁଯାୟୀ ଦକ୍ଷିଣ-ପଶ୍ଚିମ ରାଜସ୍ଥାନ ଉପରେ ସାଇକ୍ଲୋନର ସ୍ଥିତି ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗୁଜରାଟର ସଂଲଗ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଆଇଏମଡି ଅନୁଯାୟୀ, ଓଡିଶା ଉପକୂଳ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବ ଯୋଗୁ ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ, ଝାଡଖଣ୍ଡ, ୟୁପି, ବିହାର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କେରଳ ଏବଂ ଉତ୍ତର-ପୂର୍ବ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Share