ଚାଇନାରେ ପ୍ରାକୃତିକ ବିପର୍ଯ୍ୟୟ: କେଉଁଠି ପ୍ରଚଣ୍ଡ ଗରମ ତ କେଉଁଠି ବନ୍ୟା, ଉଦ୍ଧାର କାର୍ଯ୍ୟ ଜାରି

ବେଜିଂ,୯।୭: ଚାଇନାରେ ବିଭିନ୍ନ ସ୍ଥାନରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି। ଜଳବାୟୁ ବରିବର୍ତ୍ତନ ଯୋଗୁ କେଉଁଠି ପ୍ରବଳ ବର୍ଷା ହେଉଛି ତ କେଉଁଠି ବନ୍ୟା ଯୋଗୁଁ ଚାଇନାବାନୀ ଆର୍ତ୍ତ ଚିତ୍କାର କରୁଛନ୍ତି। ଦେଶର ଅଧିକାଂଶ ଅଞ୍ଚଳରେ ବର୍ଷା ହେତୁ ଭୂସ୍ଖଳନ ହୋଇଛି। ମଧ୍ୟ ଚାଇନାରେ ଭୂସ୍ଖଳନ ଯୋଗୁ ନଅ ଜଣ ନିଖୋଜ ଅଛନ୍ତି। ଉତ୍ତର, ମଧ୍ୟ ଏବଂ ଦକ୍ଷିଣ ପୂର୍ବ ଚାଇନାରେ ବନ୍ୟା ପରିସ୍ଥିତି ଯୋଗୁ ହଜାର ହଜାର ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି।

ଚାଇନାରେ ମୌସୁମୀ ସମୟରେ ବନ୍ୟା ଏକ ନିୟମିତ ଘଟଣା। କିନ୍ତୁ ଚଳିତ ବର୍ଷ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ଧାରଣ କରିଛି। ଚାଇନା ଏକାସାଙ୍ଗରେ ପ୍ରବଳ ଗରମ, ବନ୍ୟା ଏବଂ ମରୁଡ଼ିର ଶିକାର ହୋଇଛି। ଏହି ସପ୍ତାହ ଆରମ୍ଭରୁ ବେଜିଂରେ କ୍ରମାଗତ ନଅ ଦିନରୁ ଅଧିକ ଧରି ତାପମାତ୍ରା ୩୫ଡିଗ୍ରୀରୁ ଅଧିକ ରହିଛି। ଯାହା ୧୯୬୧ ପରଠାରୁ ଏଭଳି ସ୍ଥିତି ଦେଖାଯାଇ ନ ଥିଲା। ପାଣିପାଗ ବିଭାଗ ଏନେଇ ସ୍ବାସ୍ଥ୍ୟ ସଚେତନତା ଜାରି କରିଛନ୍ତି। ବେଜିଂରେ ପ୍ରବଳ ଗରମ ଯୋଗୁଁ ଏପର୍ଯ୍ୟନ୍ତ ଦୁଇ ଜଣଙ୍କର ମତ୍ୟୁ ହୋଇଛି। ଗତ ମାସରେ ବେଜିଂରେ ମଧ୍ୟ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଦକ୍ଷିଣ ଚାଇନାରେ ପ୍ରବଳ ବନ୍ୟା ଯୋଗୁ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛିି।

Share