Posted inଜାତୀୟ

ଉଦ୍ଧାର କାର୍ଯ୍ୟରେ ପାଗ ପ୍ରତିବନ୍ଧକ

ଥିରୁଭାନନ୍ତପୁରମ୍‌,୩ା୮: କେରଳର ଓ୍ବାୟନାଡ୍‌ ଜିଲାରେ ହୋଇଥିବା ପ୍ରଳୟଙ୍କରୀ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ଶୁକ୍ରବାର ୩୦୮ରେ ପହଞ୍ଚତ୍ଛି। ଚତୁର୍ଥ ଦିନରେ ସେନା ଯବାନମାନେ ଭୂସ୍ଖଳନ ସ୍ଥଳରୁ ୪ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି। ପ୍ରତିରକ୍ଷା ବିଭାଗ ଜନସମ୍ପର୍କ ଅଧିକାରୀଙ୍କ ସୂଚନା ଅନୁଯାୟୀ ଭେଲାରିମାଳାର ଜନ୍‌ କେ.ଜେ, ଜୋମୋଲ ଜନ୍‌, କ୍ରିଷ୍ଟିନ୍‌ ଜନ୍‌ ଏବଂ ଆବ୍ରାହାମ୍‌ ଜନ୍‌ଙ୍କୁ ନିରାପଦର ସହ ଉଦ୍ଧାର କରାଯାଇ ନିକଟବର୍ତ୍ତୀ ରିଲିଫ୍‌ କ୍ୟାମ୍ପ୍‌କୁ ନିଆଯାଇଛି। ପ୍ରଥମେ ଏହି ପରିବାରକୁ ହେଲିକପ୍ଟର ଯୋଗେ ଅନ୍ୟତ୍ର ନେବା ପାଇଁ ଯୋଜନା ହୋଇଥିଲା। ତେବେ ନିରାପଦ ରୁଟ୍‌ରେ ସେମାନେ ରିଲିଫ୍‌ କ୍ୟାମ୍ପ୍‌କୁ ଯିବାକୁ ରାଜି ହୋଇଥିଲେ।
ଏବେ ମଧ୍ୟ ପ୍ରାୟ ୩୦୦ ଲୋକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ସ୍ଥଳସେନା, ନୌସେନା, ତଟସୁରକ୍ଷା ବାହିନୀ, ଏନ୍‌ଡିଆର୍‌ଏଫ୍‌ ଏବଂ ଏସ୍‌ଡିଆର୍‌ଏଫ୍‌ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବାବେଳେ ତାମିଲନାଡୁରୁ ଆଉ ୪ଟି ତାଲିମପ୍ରାପ୍ତ କୁକୁରକୁ ମଧ୍ୟ ରେସ୍କ୍ୟୁ ଅପରେଶନରେ ସାମିଲ କରାଯାଇଛି। ଏଥିସହିତ ପ୍ରତି ଟିମ୍‌ରେ ସ୍ଥାନୀୟ ଅଞ୍ଚଳର ୩ ଜଣ ଏବଂ ଜଣେ ବନ କର୍ମଚାରୀଙ୍କୁ ନିଆଯାଇଛି। ତେବେ ପ୍ରତିକୂଳ ପାଗ, ରାସ୍ତାଘାଟ ଓ ବ୍ରିଜ୍‌ ନଷ୍ଟ ହୋଇଥିବାରୁ ଠିକଣା ସ୍ଥଳରେ ପହଞ୍ଚତ୍ବାରେ ସମସ୍ୟା ଏବଂ ଆବଶ୍ୟକ ଉପକରଣର ଅଭାବ ଯୋଗୁ ଉଦ୍ଧାର କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଲାଗି ରହିଥିବା ସତ୍ତ୍ୱେ ୪୦ଟି ଟିମ୍‌ ଉଦ୍ଧାର କାଯର୍ର୍‌ୟ ଜାରି ରଖିଛନ୍ତି।
ହେଉଥିବା ଲୋକମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇଦେବା ନିମନ୍ତେ ଓ୍ବାୟନାଡ୍‌ର ହସ୍ପିଟାଲଗୁଡ଼ିକରେ ଆଇସିୟୁ ପ୍ରସ୍ତୁତ ରଖାଯାଇଥିବା କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି। ଏଥିସହି ମଞ୍ଜେରୀ ମେଡିକାଲ କଲେଜ ଏବଂ କୋଝିକୋଡ୍‌ ମେଡିକାଲ କଲେଜ ସମେତ ଅନ୍ୟ ହସ୍ପିଟାଲରେ ପହଞ୍ଚାଇବା ପାଇଁ ହେଲିକପ୍ଟର ବ୍ୟବସ୍ଥା ମଧ୍ୟ ରହିଛି। ଶୁକ୍ରବାର ସୁଦ୍ଧା ୧୯୯ ମୃତଦେହର ବ୍ୟବଚ୍ଛେଦ ସରିଥିବାବେଳେ ୧୩୦ଟିର ଡିଏନ୍‌ଏ ନମୁନା ନିଆଯାଇଛି। ନିଖୋଜ ବ୍ୟକ୍ତିମାନଙ୍କ ଉଦ୍ଧାର ପାଇଁ ରେସ୍କ୍ୟୁ ଟିମ୍‌ ଜିପିଏସ୍‌ ଏବଂ ଡ୍ରୋନ୍‌ ଫଟୋର ସହାୟତା ନେଉଛି। ସେନା ୧୯୦ ଫୁଟ୍‌ ଲମ୍ବ ବେଲି ବ୍ରିଜ୍‌ ନିର୍ମାଣ କରିଥିବାରୁ ଉଦ୍ଧାର କାର୍ଯ୍ୟ ସହଜ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରକୁ ହାଇକୋର୍ଟ ଝଟକା: ସରକାର ଫେକ୍‌ ନ୍ୟୁଜ୍‌ର ସଂଜ୍ଞା ନିରୂପଣ କରିପାରିବେ ନାହିଁ

ମୁମ୍ବାଇ,୨୧ା୯:ସୂଚନା ଓ ପ୍ରଯୁକ୍ତି (ଆଇଟି) ଆଇନ ଅଧୀନରେ ଫ୍ୟାକ୍ଟ ଚେକିଂ ୟୁନିଟ୍‌ (ଏଫ୍‌ସିୟୁ) ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାର ଚଳାଇଥିବା ଉଦ୍ୟମକୁ ଝଟ୍‌କା ଲାଗିଛି।...

ଅସୁରକ୍ଷିତ ଖାଦ୍ୟ: ବର୍ଷକୁ ୪.୨ ଲକ୍ଷ ମୃତ୍ୟୁ

ନୂଆଦିଲ୍ଲୀ,୨୧ା୯: ବିଶ୍ୱରେ ଅସୁକ୍ଷିତ ଖାଦ୍ୟ ଖାଇ ପ୍ରତିବର୍ଷ ୬୦୦ ନିୟୁତ ଲୋକ ରୋଗଗ୍ରସ୍ତ ହେଉଥିବାବେଳେ ୪ ଲକ୍ଷ ୨୦ ହଜାର ପ୍ରାଣ ହରାଉଛନ୍ତି। ଅସୁରକ୍ଷିତ ଖାଦ୍ୟ...

ପାକ୍‌ ମନ୍ତବ୍ୟ: ହାଇକୋର୍ଟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା

ନୂଆଦିଲ୍ଲୀ,୨୧ା୯: କର୍ନାଟକ ହାଇକୋର୍ଟର ବିଚାରପତି ବେଦବ୍ୟାସଚାର ଶ୍ରୀଶାନନ୍ଦ ନିକଟରେ ଏକ ମାମଲାର ଶୁଣାଣି ବେଳେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟ ରାଜ୍ୟର ମୁଖ୍ୟ ବିଚାରପତିଙ୍କଠାରୁ...

ଲୋକଙ୍କ ଆସ୍ଥା ସହ ଖେଳ

ନୂଆଦିଲ୍ଲୀ,୨୧ା୯: ତିରୁପତି ଲଡ଼ୁରେ ବ୍ୟବହୃତ ଘିଅରେ ଗୋରୁ ଚର୍ବି ଏବଂ ମାଛ ତେଲ ରହିଥିବା ଅଭିଯୋଗ ଉପରେ କେନ୍ଦ୍ର ସରକାର ଶୁକ୍ରବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌....

ଶନିବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶୀ

ନୂଆଦିଲ୍ଲୀ,୨୦ା୯ : ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତ୍ରୀ ଆତିଶୀ ଶନିବାର ଅପରାହ୍ନ ୪ଟା ୩୦ ମିନିଟ୍‌ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତାଙ୍କ...

ତିରୁପତି ଲଡ଼ୁ ବିବାଦ: ସୁପ୍ରିମକୋର୍ଟରେ ମାମଲା

ନୂଆଦିଲ୍ଲୀ,୨୦ା୯: ତିରୁପତି ଲଡ଼ୁ ବିବାଦ ଶୁକ୍ରବାର ସୁପ୍ରିମକୋର୍ଟରେ ପହଞ୍ଚତ୍ଛି। ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ପାଇଁ ଜଣେ ଆଇନଜୀବୀ ସର୍ବୋଚ୍ଚ ଅଦାଲତରେ ପିଟିଶନ ଦାଏର କରିଛନ୍ତି।...

ମାଓବାଦୀଙ୍କୁ ଅସ୍ତ୍ରତ୍ୟାଗ ପାଇଁ ଶାହାଙ୍କ ଆହ୍ବାନ

ନୂଆଦିଲ୍ଲୀ,୨୦ା୯: ମାଓବାଦୀମାନେ ସେମାନଙ୍କ ଅସ୍ତ୍ରଶସ୍ତ୍ର ତ୍ୟାଗକରି ଆତ୍ମସମର୍ପଣ କରିବା ନିମନ୍ତେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶୁକ୍ରବାର ଅପିଲ୍‌ କରିଛନ୍ତି। ସେମାନେ ଯଦି ହିଂସାତ୍ମକ ପନ୍ଥା...

ଘାଟିରେ ଖସିପଡ଼ିଲା ବସ୍‌: ୪ ଯବାନ ମୃତ, ୨୮ଗୁରୁତର

କଶ୍ମୀର,୨୦।୯: କଶ୍ମୀର ବୁଦ୍ଧଗାମ ଜିଲାରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ବିଏସ୍‌ଏଫ୍‌ ଯବାନଙ୍କୁ ଧରି ଯାଉଥିବା ଏକ ବସ୍‌ ଦୁର୍ଘଟଣା ହୋଇ ଘାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri