ବକୁଳରେ ଖୋଲିଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର,୨୨।୧(ଶର୍ମିଷ୍ଠା ପାଣିଗ୍ରାହୀ): ବକୁଳ ଲାଇବ୍ରେରିରେ ଏକ ପାଣିପାଗ କେନ୍ଦ୍ର ରବିବାର ଉଦ୍‌ଘାଟିତ ହୋଇଯାଇଛି। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମୁଗମ୍‌ ଏହାକୁ ଉଦ୍‌ଘାଟନ କରିଛନ୍ତି। ଆମେରିକାର ସିଟି ୟୁନିଭର୍ସିଟି ଅଫ୍‌ ନ୍ୟୁୟର୍କର ବ୍ରୋନକ୍ସ କମ୍ୟୁନିଟି କଲେଜର ସହଭାଗିତାରେ ହାଇଦ୍ରାବାଦରେ ଅବସ୍ଥାପିତ ୟୁଏସ୍‌ କନ୍‌ସୁଲେଟ ଜେନେରାଲ ଦ୍ୱାରା ଏହି ପାଣିପାଗ କେନ୍ଦ୍ର ସ୍ଥାପନ କରାଯାଇଛି।
ବ୍ରୋନକ୍ସ କମ୍ୟୁନିଟି କଲେଜ ଅଧ୍ୟକ୍ଷ ପ୍ରଫେସର ନୀଲ ଫିଲିପ୍‌ ପାଣିପାଗ କେନ୍ଦ୍ରର ବୈଶିଷ୍ଟ୍ୟ ଓ ଏହାକୁ କିପରି ବ୍ୟବହାର କରାଯାଇପାରିବ ସେ ବିଷୟରେ ଯୁବ ସ୍ବେଚ୍ଛାସେବୀଙ୍କୁ ସୂଚନା ଦେଇଥିଲେ। ପାଣିପାଗ କେନ୍ଦ୍ରର ତଥ୍ୟ ଜନସାଧାରଣଙ୍କ ପାଇଁ ଉପଲବ୍ଧ ହେବ। ସେହିପରି ଜଳବାୟୁ ତଥ୍ୟ ଏବଂ ଜଳବାୟୁ ପରିବର୍ତ୍ତନର ମହତ୍ତ୍ୱ ଉପରେ ସଚେତନତା ସୃଷ୍ଟି କରାଯିବ। ଏହା ତାପମାତ୍ରା, ବାୟୁ ପ୍ରଦୂଷଣ ସ୍ତର, ବାୟୁ ଗୁଣବତ୍ତା, ଆର୍ଦ୍ରତା, ସୌର ବିକିରଣ, ଅତିବାଇଗଣି ରଶ୍ମି, ପବନ ଏବଂ ବୃଷ୍ଟିପାତ ପରି ମାଇକ୍ରୋ-ଜଳବାୟୁ ପାରାମିଟର ଉପରେ ନଜର ରଖିବାରେ ସାହାଯ୍ୟ କରିବ। ଏହି ତଥ୍ୟ ଯେକୌଣସି ବ୍ୟକ୍ତି ଯେକୌଣସି ସ୍ଥାନରେ ଅନ୍‌ଲାଇନ୍‌ରେ ପାଇପାରିବେ। ଯୁକ୍ତରାଷ୍ଟ୍ରର କନ୍‌ସୁଲେଟର ସଲିଲ କାଦର କହିଛନ୍ତି, ବକୁଳରେ ଥିବା ପାଣିପାଗ କେନ୍ଦ୍ର ଯୁବକମାନଙ୍କୁ ଶିକ୍ଷିତ କରାଇବ। ଚିତ୍ରା ଅରୁମୁଗମ୍‌ ଏଭଳି ପଦକ୍ଷେପକୁ ପ୍ରଶଂସା କରି କହିଲେ, ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରମାନଙ୍କୁ ନେଇ ପାଣିପାଗ କେନ୍ଦ୍ର ଚାରିପାଖରେ ଜଳବାୟୁ ବିଜ୍ଞାନ ଉପରେ ୧୦୦ଟି ଛୋଟ ପ୍ରକଳ୍ପ ସୃଷ୍ଟି କରିବାରେ ସାହାଯ୍ୟ କରିବାକୁ ବକୁଳକୁ ପ୍ରସ୍ତାବ ଦେଇଥିଲେ। ଫାଉଣ୍ଡେଶନର ପ୍ରତିଷ୍ଠାତା ସୁଜିତ ମହାପାତ୍ର କହିଲେ, ବକୁଳ ଏକ ଯୁବ ଜଳବାୟୁ ଉତ୍ସାହୀ ଦଳ ସୃଷ୍ଟି କରିସାରିଛି, ଯେଉଁମାନେ ସକ୍ରିୟ ଜଳବାୟୁ ମନିଟରିଂ ପାଇଁ ପାଣିପାଗ କେନ୍ଦ୍ର ବ୍ୟବହାର କରିବାକୁ ଆଗ୍ରହୀ ଅଛନ୍ତି। ସ୍କୁଲ ଓ କଲେଜ ପିଲାମାନଙ୍କୁ ଜଳବାୟୁ ପରିବର୍ତ୍ତନ ବିଷୟରେ ପାଣିପାଗ କେନ୍ଦ୍ରର ଭୂମିକା ସମ୍ପର୍କରେ ଜଣାଇବେ ବୋଲି ସେ ସୂଚନା ଦେଇଥିଲେ। ପାଣିପାଗ କେନ୍ଦ୍ରର ଉଦ୍‌ଘାଟନ ପୂର୍ବରୁ ଓଡ଼ିଶା କୁଇଜ ଆସୋସିଏଶନର ବିଭାସ ରଥ ଏବଂ ମୁକ୍ତି ପ୍ରଧାନଙ୍କ ଦ୍ୱାରା ପରିଚାଳିତ ଜଳବାୟୁ ପରିବର୍ତ୍ତନ ଉପରେ ଏକ କୁଇଜ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି ମହିଳାଙ୍କ ଉପରେ ଅତ୍ୟାଚାର, ଅଙ୍ଗନୱାଡି କେନ୍ଦ୍ରରେ କଙ୍ଗାରୁ କୋର୍ଟ

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି କଙ୍ଗାରୁ କୋର୍ଟ କରି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।...

ଭିଡିଓ ଭାଇରାଲ କରି ଧ୍ୟାନ ହଟାଇବାକୁ ଉଦ୍ୟମ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସ ସମେତ...

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri