ଭୁବନେଶ୍ୱର,୫।୨(ବ୍ୟୁରୋ): ଆଜିଠୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗ ଶୁଖିଲା ରହିବ। ଆସନ୍ତା ୨ରୁ ୩ ଦିନ ଭିତରେ ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି।
ସୂଚନା ଅନୁସାରେ, ପଶ୍ଚିମା ଝଡ଼ ପ୍ରଭାବରେ ଶୁକ୍ରବାର ରେକର୍ଡ ହୋଇଥିବା ରାତିି ତାପମାତ୍ରାରେ ବିଭିନ୍ନ ସ୍ଥାନରେ ଦୃଷ୍ଟାନ୍ତମୂଳକ ବୃଦ୍ଧି ଘଟିଥିବା ବେଳେ ସ୍ବାଭାବିକ ତାପମାତ୍ରାଠାରୁ ୬ ଦଶମିକ ୪ ଡିଗ୍ରୀ ଯାଏ ଅଧିକ ରହିଥିଲା। ତେବେ ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏହା ୩ ରୁ ୫ ଡିଗ୍ରୀ ତଳକୁ ଖସିବ। ତା’ପରେ ତାପମାତ୍ରା ସ୍ବାଭାବିକ ହେବ। ୬ ଓ ୭ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି।