Categories: ଜାତୀୟ

ଫେବୃୟାରୀ ପ୍ରଥମ ସପ୍ତାହରେ ବର୍ଷା ସହ ତୁଷାରପାତ

ନୂଆଦିଲ୍ଲୀ,୨୯ ।୧: ରାଜଧାନୀ ଦିଲ୍ଲୀ ସମେତ କିଛି ରାଜ୍ୟରେ ଘନ କୁହୂଡି, ବର୍ଷା ଓ ଶୀତ ଲହରୀ ଜାରି ରହିଛି । ପାଣପାଗ ବିଭାଗର ସୂଚନା ଅନୁଯାୟୀ, ଉତ୍ତର ଭାରତୀୟ ରାଜ୍ୟରେ ଆସନ୍ତା ୨୪ ଘଣ୍ଟାରେ ଶୀତର ପ୍ରକୋପ ଜାରି ରହିବ । କିଛି ସ୍ଥାନରେ ବର୍ଷା ହେବାର ଅନୁମାନ ଲଗାଇଛି ଆଇଏମ୍‌ଡି । ଏପଟେ ପଶ୍ଚିମ ହିମାଳୟ ଅଞ୍ଚଳରେ ୨ରୁ ୪ ଫେବୃୟାରୀ ପର୍ଯ୍ୟନ୍ତ ବର୍ଷା ସହ ତୁଷାରପାତ ହେବାର ଅନୁମାନ କରାଯାଇଛି ।
ଏହି ସମୟ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ପାଗ ଶୁଖିଲା ରହିଲେ ବି ଶୀତର ପ୍ରକୋପ କମ ହେବ ନାହିଁ । ଫେବୃୟାରୀ ୩ରେ ସାମାନ୍ୟ ବର୍ଷା ବି ହୋଇପାରେ । ଫେବୃୟାରୀ ପ୍ରଥମ ସପ୍ତାହରେ ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ୧୦-୨୦ଡିଗ୍ରୀ ମଧ୍ୟରେ ରହିବ । ଫେବୃୟାରୀ ପ୍ରଥମ ସପ୍ତାହରେ ବିହାର, ପଞ୍ଜାବ, ଜମ୍ମୁ ଓ ଉତ୍ତର ପ୍ରଦେଶରେ ଶୀତ ବଢିବା ସହ ତାପମାତ୍ରା ବି କମ୍ ହେବାର ଅନୁମାନ କରାଯାଇଛି ।

Share